୫ଜଣଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲା JMFC -2 କୋର୍ଟ…

0

ଭୁବନେଶ୍ୱର କିଟ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କୁ ଆକ୍ରମଣ ଘଟଣା । ଗିରଫ ୫ ଜଣଙ୍କୁ ମିଳିଲା ସର୍ତ୍ତ ମୂଳକ ଯାମିନ । ଜାମିନ ପ୍ରଦାନ୍ କଲେ JMFC -2 କୋର୍ଟ । ଜଣେ ଜାମିନଦାର ଓ ୨୦ ହଜାର ଟଙ୍କା ବେଲ ବଣ୍ଡ ରେ ମିଳିଲା ଜାମିନ । ତଦନ୍ତ ରେ ସହଯୋଗ କରିବାକୁ ନିର୍ଦେଶ । ଛାତ୍ରଛାତ୍ରୀ ଙ୍କୁ ପ୍ରଭାବିତ ନକରିବାକୁ କୋର୍ଟ ଙ୍କ ନିର୍ଦେଶ । ଆଜି ୫ ଜଣଙ୍କୁ ଗିରଫ କରିଥିଲା ଇନଫୋସିଟି ଥାନା ପୋଲିସ ।

ସେପଟେ ମୃତ ଛାତ୍ରୀଙ୍କୁ ନ୍ୟାୟ ଦାବିରେ କିଟ୍ ଛାତ୍ର ଛାତ୍ରୀ ମାନେ କିଟ୍ ମୁଖ୍ୟ ଅଧିକାରୀଙ୍କ ବିରୋଧରେ ଆନେ୍ଦାଳନ କରିଥିଲେ । ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଶିକ୍ଷାନୁଷ୍ଠା ଏବଂ ଏବଂ ହଷ୍ଟେଲ ଖାଲି କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ଆଉ ହଷ୍ଟେଲ ଖାଲି କରିବାରେ ବିଳମ୍ବ ହେଲେ ଅଭିଯୁକ୍ତ ମାନେ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ହାତ ଉଠାଇ ମାଡ ମାରିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା । ଫଳରେ ତୁରନ୍ତ ସେମାନେ ସେ ସ୍ଥାନ ଛାଡି ଚାଲିଯାଇଥିଲେ । ଏ ସମଗ୍ର ଘଟଣା ପରେ ରାଜ୍ୟ ଦେଶ ବାହାରେ ଏହାର ପ୍ରଭାବ ପଡିଥିଲା । ଅନେକ ଲୋକ ଘଟଣା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ଯେଉଁଥିପାଇଁ ଇନଫୋସିଟି ଥାନା ପୁଲିସ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।