ଜେଏନୟୁ ଛାତ୍ରଙ୍କ ବିକ୍ଷୋଭ

0

(ଅନୁସ୍ୱୟା)ଭୁବନେଶ୍ୱର: ଫିସ ବୃଦ୍ଧି ସମେତ ଅନେକ ପ୍ରସଙ୍ଗକୁ ନେଇ ଦିଲ୍ଲୀ ରାଜରାସ୍ତାକୁ ଓହ୍ଳାଇଛନ୍ତି ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନୟୁ)ର ଛାତ୍ର ଗୋଷ୍ଠୀ । ଗୋଟିଏ ପଟେ ବିଶ୍ଵ ବିଦ୍ୟାଳୟରେ ଦୀକ୍ଷାନ୍ତ ସମାରୋହ ଚାଲୁଥିବା ବେଳେ ଅନ୍ୟପଟେ ବିଶ୍ଵ ବିଦ୍ୟାଳୟର ହଜାର ହଜାର ଛାତ୍ର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଥିରେ ଏବିଭିପି, ଆଇସା, ଏଆଇଏସଏଫ ଓ ଏସଏଫଆଇ ସମେତ ସମସ୍ତ ଛାତ୍ର ସଂଗଠନ ସାମିଲ ହୋଇଛନ୍ତି। ବିକ୍ଷୋଭ କରୁଥିବା ଛାତ୍ର ଓ ପୋଲିସ ମଧ୍ୟରେ ସଂଘର୍ଷ ଓ ହାତାହାତି ଦେଖିବାକୁ ମିଳିଛି। ସ୍ଥିତି ନିୟନ୍ତ୍ରଣ କରିବା ଲାଗି ପୋଲିସକୁ ଛାତ୍ରଙ୍କ ଉପରେ ପାଣି ମାଡ଼ କରିବାକୁ ପଡ଼ିଛି।

ତିନୋଟି ଦାବି ନେଇ ଛାତ୍ର ଗୋଷ୍ଠୀ ବିକ୍ଷୋଭ ପ୍ରଦର୍ଶନ କରୁଥିବା କହିଛନ୍ତି । ଛାତ୍ରଙ୍କ କହିବା କଥା ଯେ ପର୍ୟ୍ୟନ୍ତ ଆମର ଦାବି ପୂରଣ ନହୋଇଛି ସେ ପର୍ୟ୍ୟନ୍ତ ବିରୋଧ ପ୍ରଦର୍ଶନ ବନ୍ଦ ହେବ ନାହିଁ। ଛାତ୍ରଙ୍କ ପ୍ରଥମ ଦାବି ଫିସ୍ ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର କରାଯାଉ। ଦ୍ଵିତୀୟ ଦାବି ହଷ୍ଟେଲରେ କର୍ଫ୍ୟୁ ସମୟର ନିୟମକୁ ପରିବର୍ତ୍ତନ କରାଯାଉ ଏବଂ ତୃତୀୟ ଦାବି ଡ୍ରୋସ କୋଡ଼୍ ନିୟମ ଲାଗୁ କରାନଯାଉ। ଏହା ବ୍ୟତୀତ ଛାତ୍ର ହଷ୍ଟେଲ ସୁବିଧା ଉପରେ ଶୁଳ୍କ ବୃଦ୍ଧି କରିବା ଓ ଅନ୍ୟ ଦାବିକୁ ନେଇ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ର ଏହାକୁ ନେଇ ମଧ୍ୟ ବିରୋଧ କରୁଛନ୍ତି ଯେ, ୟୁନିଭର୍ସିଟି ବାହାରେ ଏଥର କଣ ପାଇଁ ଦୀକ୍ଷାନ୍ତ ସମାରୋହ କରାଯାଉଛି।