ନୂଆଦିଲ୍ଲୀ: ଆପଣ କୈାଣସି ଅଫିସରେ ଚାକିରୀ କରିଛନ୍ତି କି ? ୧ଦିନ ଛୁଟିପାଇଁ ଚିନ୍ତିତ ରହୁଥିବେ । କିନ୍ତୁ ଆଉ ଚିନ୍ତା କରିବାକୁ ପଡିବନି । ଯଦି ଆପଣଙ୍କୁ ସପ୍ତାହରେ ୩ ଦିନ ଛୁଟି ମିଳେ ତାହାଲେ ଆପଣ ଖୁସି ହେବେ ତ ,ଭାବୁଛି ଆପଣ ନିଶ୍ଚୟ ଖୁସି ହେବେ। ଆଜ୍ଞା ହଁ ଏମିତି ଖୁସି ଖବର ଅନେକ ଦେଶ ଆପଣାଇଛନ୍ତି, ୪ ଦିନ କାମ ଓ ୩ ଦିନ ଛୁଟି ଫର୍ମୁଲାକୁ । ଏହି ଧାରାରେ ଏବେ ବ୍ରିଟେନ୍ ମଧ୍ୟ ‘ଫୋର ଡେ ୱାର୍କ ଉଇକ’ କ୍ଲବରେ ସାମିଲ ହୋଇଛି। ଏଠାକାର କମ୍ପାନୀ ସପ୍ତାହରେ ଚାରି ଦିନ କାମ ଓ ତିନି ଦିନ ଛୁଟି ଫର୍ମୁଲା ଲାଗୁ କରିଛନ୍ତି । ଏଥିରେ ବ୍ୟାଙ୍କିଂ, ହସ୍ପିଟାଲିଟି ଭଳି ୭୦ କମ୍ପାନୀ ସାମିଲ ରହିଛି।ଯଦିଓ ୬ମାସ ପାଇଁ ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହାକୁ ଆରମ୍ଭ କରାଯାଇଛି । ୭୦ ବ୍ରିଟିଶ୍ କମ୍ପାନୀରେ ହଜାର କର୍ମଚାରୀ ସପ୍ତାହରେ ମାତ୍ର ୪ ଦିନ କାମ କରିବେ । କିନ୍ତୁ ମାସିକ ଦରମା ସମ୍ପୂର୍ଣ୍ଣ ମିଳିବ ଏବଂ କୌଣସି କାଟଛାଟ୍ ହେବ ନାହିଁ ।ବ୍ରିଟେନର ଆରମ୍ଭ ହୋଇଥିବା ଏହି କ୍ୟାମ୍ପେନରେ ୩,୦୦୦ରୁ ଅଧିକ କର୍ମଚାରୀ ଅଂଶ ଗ୍ରହଣ କରିବେ । ଯେଉଁଥିରେ ବ୍ୟାଙ୍କିଂ, ରିଟେଲ୍, ମାର୍କେଟିଂ, ଫାଇନାନ୍ସ ସହ ଅନ୍ୟ ସେକ୍ଟର ମଧ୍ୟ ସାମିଲ ହେଉଛି । ତେବେ ୨୦୨୩ରେ ଏହାର ଫଳାଫଳ ଘୋଷଣା କରାଯିବ।