ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ଓ ବିଶିଷ୍ଟ ବ୍ୟବସାୟୀ ତଥା ଟେସ୍ଲା ସିଇଓ ଏଲନ ମସ୍କଙ୍କ ଟ୍ଵିଟର ଆକାଉଣ୍ଟ ହେଲା ହ୍ୟାକ୍ । ହ୍ୟାକ୍ କରିଥିବା ଆମେରିକାର ଜଣେ ୨୪ ବର୍ଷ ବୟସର ହ୍ୟାକରକୁ ଏଥିପାଇ ଜେଲ ଯିବାକୁ ପଡିଛି ।
ଯୁବକ ଜଣକ ୨୦୨୦ ମସିହା ଜୁଲାଇ ମାସରେ ୧୩୦ ଜଣ ବିଶିଷ୍ଟ ଲୋକଙ୍କ ଆକାଉଣ୍ଟ ହ୍ୟାକ୍ କରି ଏହାକୁ ନିଜ ଅକ୍ତିଆରକୁ ଆଣିଥିଲେ । ଜୋସେଫ ଜେମ୍ସ ଓକର୍ଣ୍ଣର ନାମକ ଏହି ହ୍ୟାକର ଜଣକ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଆମେରିକା ମଡେଲ କିମ୍ କାର୍ଦଶିୟନ ଓ ଟେସ୍ଲା ସିଇଓ ଏଲନ ମସ୍କଙ୍କ ସହିତ ବହୁ ସେଲିବ୍ରେଟିଙ୍କ ଟ୍ଵିଟର ଆକଉଣ୍ଟ ହ୍ୟାକ୍ କରିଥିଲେ ।
ଜୁଲାଇ ୨୦୨୦ ରେ ଜୋସେଫ ରାଷ୍ଟ୍ରପତି ଜୋ- ବାଇଡେନଙ୍କ ଆକାଉଣ୍ଟରେ ଲେଖିଥିଲା ଯେ ତଳେ ଦିଆଯାଇଥିବା ଠିକଣାରେ ପଠାଯାଇଥିବା ସବୁ ବିଟ କଏନ୍ ବଦଳରେ ଦୁଇଗୁଣା ବିଟ କଏନ ଫେରସ୍ତ କରାଯିବ ।୧୦୦୦ ଡଲାର ପଠାଇବୋ ତେବେ ଆପଣଙ୍କୁ ୨୦୦୦ ଡଲାର ପଠାଯିବ । କେବଳ ଏହି ସୁବିଧା ୩୦ ମିନିଟ ପାଇଁ ଉପଲବ୍ଧ ବୋଲି ରାଷ୍ଟ୍ରପତି ବାଇଡେନଙ୍କ ଟ୍ଵିଟର ଆକାଉଣ୍ଟରେ ଲେଖିଥିଲା ।
ଟ୍ଵିଟର ଏହି ସମୟରେ ହ୍ୟାକର୍ସ ଠାରୁ ରକ୍ଷା କରିବା ପାଇଁ ସମସ୍ତ ଭେରିଫାଏଡ ଆକଉଣ୍ଟକୁ ଡିଆକ୍ଟିଭ କରିବା ସହ ଟ୍ଵିଟ ସୁବିଧାକୁ ଡିସେବଲ କରିଦେଇଥିଲା । ଜୋସେଫ ସମସ୍ତ ପୀଡିତଙ୍କୁ ଫାଇନ ଦେବା ସହ ୭,୯୪,୦୦୦ ଡଲାର ଜବତ କରିବାକୁ କହିଥିଲା ।
ଏଥିପାଇଁ ଜୋସେଫକୁ ନ୍ୟୁୟର୍କ ସଂଘୀୟ ଅଦାଲତ ଦୋଷୀ ସାବ୍ୟସ୍ତ କରିବା ସହ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ଜୋସେଫ ତା’ର ସଫେଇରେ ନିଜର ଦୋଷ ସ୍ୱୀକାର କରିବା ସହ ଅଜ୍ଞତା ବଶତଃ ଓ କିଛି କାରଣ ନଥାଇ ଏପରି ଭୁଲ କରିଥିଲା । ଏଥିପାଇଁ ସେ ପୀଡିତଙ୍କୁ କ୍ଷମା ମାଗିଛି ବୋଲି କହିଥିଲା ।