ନୂଆଦିଲ୍ଲୀ: ଭାରତ ଆସୁଛନ୍ତି ଜୋ ବାଇଡେନ । ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଆସନ୍ତାକାଲି ଭାରତ ଆସିବେ ଆମେରିକା ରାଷ୍ଟ୍ରପତି । କୋଭିଡ ଟେଷ୍ଟରେ ଜିଲ୍ ବାଇଡେନଙ୍କ ରିପୋର୍ଟ ପଜିଟିଭ ଆସିଥିବାବେଳେ ଜୋ ବାଇଡେନଙ୍କ ରିପୋର୍ଟ ନେଗେଟିଭ ଆସିଛି । ତେଣୁ ଜିଲ୍ ବାଇଡେନ ଭାରତ ଗସ୍ତରେ ଆସିପାରୁ ନାହାଁନ୍ତି । କେବଳ ଭାରତ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ରାଷ୍ଟ୍ରପତି ହେବା ପରେ ବାଇଡେନଙ୍କ ଏହା ପ୍ରଥମ ଭାରତ ଗ୍ରସ୍ତ । ତେବେ ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଗସ୍ତରେ ଆସୁଥିବାବେଳେ ତାଙ୍କ ଲାଗି ହାଇପ୍ରୋଫାଇଲ ସିକ୍ୟୁରିଟି ବ୍ୟବସ୍ଥା କରାଯାଇଛି।
୭ ତାରଖରୁ ୧୦ ତାରିଖ ପର୍ୟ୍ୟନ୍ତ ଭାରତରେ ରହିବେ ଆମେରକା ରାଷ୍ଟ୍ରପତି । କିନ୍ତୁ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଜି-୨୦ ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି । ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ଜି-୨୦ ସମ୍ମିଳନୀର ଆୟୋଜନ କରାଯାଇଛି । ଆସନ୍ତା ୯ ଏବଂ ୧୦ ତାରିଖ ଦୁଇ ଦିନ ଜି-୨୦ ବୈଠକ ହେବାର ଅଛି । ଏହା ପୂର୍ବରୁ ବିଭିନ୍ନ ଦେଶ ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।