ଆସିଲା ବଡ ସୂଚନା : ଡେଙ୍ଗୁରେ ହୋଇନାହିଁ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ତ୍ରୀଙ୍କ ମୃତ୍ୟୁ

0

ଭୁବନେଶ୍ୱର : ଯେଉଁ ରୋଗ ଭେକ୍ଟର ବା ଜଣଙ୍କୁ ଅନ୍ୟଙ୍କୁ ବ୍ୟାପେ, ଡେଙ୍ଗୁ, ଚିକେନ ଗୁନିଆ ପରି ରୋଗ। ଡେଙ୍ଗୁ ଏଡିସ ମଶା କାମୁଡାରେ ହୁଏ। ଏହା ବର୍ଷା ଦିନରେ ଅଧିକ ହୁଏ କାରଣ ସେ ସମୟରେ ଭେକ୍ଟର ବଢ଼େ। 51361 ପରୀକ୍ଷା ହୋଇଛି। ଏଥିରୁ 3307 ଡେଙ୍ଗୁ ରୋଗୀ ଅଛନ୍ତି। ଗୋଟେ ମୃତ୍ୟୁ ଅଭିଯୋଗର ଅନୁସନ୍ଧାନ କରାଯାଉଛି। ଭୁବନେଶ୍ୱର, ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ବଲାଙ୍ଗୀରରେ ଅଧିକ ଡେଙ୍ଗୁ ରୋଗୀ ଅଛନ୍ତି। ମାଗଣା ଚିକିତ୍ସା ଦିଆଯାଉଛି। ମ୍ୟାଲେରିଆ ଆନଫିଲିସ ମଶା ଯୋଗୁଁ ହୁଏ। ଯାହା ରାତିରେ କାମୁଡ଼େ। ଗତ ତିନ ମାସ 28531 ପରୀକ୍ଷା ହୋଇଛି। 29177 ମ୍ୟାଲେରିଆ ରୋଗୀ ଅଛନ୍ତି । 3 ମୃତ୍ୟୁ ହୋଇଛି। କୋରାପୁଟ, ଗଜପତି, କନ୍ଧମାଳ ଓ ବୌଦ୍ଧରେ ଅଧିକ ରୋଗୀ ଅଛନ୍ତି। LLIN ମଶାରୀ 40 ଲକ୍ଷରୁ ଅଧିକ ବାଣ୍ଟିବାର ବ୍ୟବସ୍ଥା କରାଯାଇଛି। ଦୁର୍ଗମ ଅଞ୍ଚଳରେ ଦମନ କାର୍ଯ୍ୟକ୍ରମ ଚାଲିଛି। 2030 ସୁଦ୍ଧା ମ୍ୟାଲେରିଆ ମୁକ୍ତ ହେବ ଓଡ଼ିଶା। ଫାଇଲେରିଆ କ୍ୟୁସେକ ମଶା କାମୁଡିବାରୁ ହୁଏ। 2004 ରୁ ମାସ ଡ୍ରଗ ଆଡ଼ମିନିଶଟ୍ରେସନ ହେଉଛି। 2027 ସୁଦ୍ଧା ଫାଇଲେରିଆ ମୁକ୍ତ ହେବ ଓଡ଼ିଶା। ବାର୍ଡ ଫ୍ଲୁ ପକ୍ଷୀରୁ ମଣିଷକୁ ସଂକ୍ରମଣ ହୁଏ। 2024ରେ ପୁରୀ ଜିଲ୍ଲା ଡେଲାଙ୍ଗ, ସତ୍ୟବାଦୀ, ପିପିଲି ଓ ନିମାପଡା ବ୍ଲକରେ ହୋଇଛି। ମତ୍ସ୍ୟ ପ୍ରାଣୀ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ପୁରୀରେ କାମ କରିବା ସହ କୁକୁଡ଼ା ମରାଯାଉଛି। ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ କାମ ଚାଲୁଛି। ମାଇକ୍ରୋ ପ୍ଲାନ ହୋଇଛି। ଘରକୁ ଘର ବୁଲି ସର୍ଭେ ହେଉଛି। କୁକୁଡ଼ା ମରାଳିଙ୍କ ଵି ସ୍ୱାସ୍ଥ୍ୟ ପରୀକ୍ଷା ହେଉଛି। ଜଣେ ମରାଳିଙ୍କ ଥଣ୍ଡା ଜ୍ୱର ହେବାରୁ ମଙ୍ଗଳପୁର ହସ୍ପିଟାଲ ପଠାଇ ରକ୍ତ ନମୁନା RMRC ପାଠ ଯାଇଥିଲା। ତାହା ନେଗେଟିଭ ବାହାରିଲା। ଜଣେ ଵି କେହି ବାର୍ଡ ଫ୍ଲୁ ସଂକ୍ରମିତ ଲୋକ ନାହିଁ। ଆତଙ୍କିତ ହେବାର ନାହିଁ। ଜାପାନୀ ଏନସାଫାଲାଇଟିସରେ ଵି କାହାର ମୃତ୍ୟୁ ହୋଇନି। ଗୃହରେ ଏହି ଉତ୍ତର ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ଭେକ୍ଟର ବର୍ଣ୍ଣ ରୋଗ ନେଇ ଗତ ଦୁଇ ମାସ ଭିତରେ କାମ ହୋଇଛି। ଟେଷ୍ଟ ବଢିଛି ବୋଲି ଅଧିକ ସଂଖ୍ୟା ରୋଗୀ ଚି଼ହ୍ନଟ ହେଉଛନ୍ତି । କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଡେଙ୍ଗୁରେ ହୋଇନି। ତାଙ୍କର ଅନ୍ୟ ସମସ୍ୟା ହୋଇଥିବ । ରକ୍ତ ଓ ପ୍ଲେଟଲେଟ ମହଜୁଦ ଅଛି। ମ୍ୟାଲେରିଆ ଅଧିକ KBK ଅଞ୍ଚଳରେ ହେଉଛି। LLIN ମଶାରୀ ଦିଆଯାଉଛି ।ମୁକେଶ ମହାଲିଙ୍ଗ, ସ୍ୱାସ୍ଥ୍ୟ ମନ୍ତ୍ରୀ ଗୃହକୁ ଅବଗତ କଲେ ।