ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣୁପର ଜି.ଆଇ.ଇ.ଟି ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଭାବେ ଡ଼ଃ ବିନୟ କୁମାର ମିତ୍ତଲ ଯୋଗଦାନ ଦେଇଛନ୍ତି । ସେ ଭାରତର ବିଖ୍ୟାତ କମ୍ପୁଟର ଇଞ୍ଜିନିୟରିଙ୍ଗ ପ୍ରଫେସର ତଥା ପୂର୍ବତନ ବାୟୁସେନା ସ୍କାଡ୍ରନ ଲିଡ଼ର ଭାବେ କାର୍ୟ୍ୟରତ ଥିଲେ । ପ୍ରଫେସର ମିତ୍ତଲ ଏକ ଉଚ୍ଚବର୍ଗର ମେଧାବୀ ଛାତ୍ର ହିସାବରେ ଆଇ ଆଇ ଟି ରୁର୍କି, ଆଇ ଆଇ ଟି ମାଡ୍ରାସ ଏବଂ ଆଇଆଇଟି ହାଇଦ୍ରାବାଦରୁ କମ୍ପୁଟର ତଥା ଇଲୋଟ୍ରୋନିକସ ବିଭାଗରେ ପି.ଏଚ.ଡ଼ି ଡିଗ୍ରୀ ଲାଭ କରିଥିଲେ । ପ୍ରଫେସର ମିତ୍ତଲଙ୍କ ଦୀର୍ଘ ୩୪ ବର୍ଷ କାର୍ୟ୍ୟକାଳ ଭିତରେ ୧୪ ବର୍ଷ ଏୟାରଫୋର୍ସରେ କଟାଇଲା ବେଳେ ଏୟାରଫୋର୍ସ ଟେକନିକାଲ କଲେଜ ବାଙ୍ଗଲୋର, ନିର୍ଦ୍ଦେଶକ ଥିଲେ । ଏହା ପରେ ମାଇକ୍ରୋସଫ୍ଟ, ୟଙ୍ଗସଫ୍ଟ ତଥା ପରମାଣୁ ସାଇନ୍ସ ସେଣ୍ଟର, ଦିଲ୍ଲୀ ତଥା ଆଇଆଇଟି ହାଇଦ୍ରାବାଦ ଚିତୋର, କେ ଏଲ ୟୁନିଭର୍ସିଟି, ବିଜୟୱାଡା ରେ ଅଧ୍ୟାପନଓ କରିଥିଲେ ଓ ଏହା ପରେ ଗୀତମ ୟୁନିଭର୍ସିଟି ହାଇଦ୍ରାବାଦରେ ନିର୍ଦ୍ଦେଶକ ରୂପେ କାର୍ୟ୍ୟ କରିଥିଲେ । ସର୍ବ ଭାରତ ସ୍ତରରେ ପ୍ରଫେସର ମିତ୍ତଲଙ୍କୁ ବାୟୋମେଟ୍ରିକସ,ଆର୍ଟିଫିସଲ ଇଣ୍ଟଲିଜେନ୍ସ, ମେସିନ ଲର୍ନିଙ୍ଗ, ବ୍ରେନ ୱେଭସ, ସାଇବେର ସେକୁରିଟି, ସୋଲାର ପାୱାର, ରୋବଟିକସରେ ଏକ ଉଚ୍ଚତମ ବୈଜ୍ଞାନିକ ହିସାବରେ ପରିଗଣିତ କରାଯାଏ।