କଣିହାଁରେ ନୂତନ ଆଇଆଇସିଙ୍କ ଯୋଗ ଦାନ

0

ଅନୁଗୁଳ(ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା କଣିହାଁ ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି କିଶୋର କୁମାର ସାମଲ । ପୂର୍ବରୁ ସେ ପାଲଲହଡ଼ା ଉପଖଣ୍ଡ ଥାନାରେ କାର୍ୟ୍ୟରତ ଥିଲେ । କଣିହାଁ ଥାନାରେ ଶ୍ରୀ ସାମଲ ପହଞ୍ଚି ବିଧିବଦ୍ଧ ଭାବେ ପୂର୍ବତନ ଆଇଆଇସି ରାଜେନ୍ଦ୍ର ନାରାୟଣ ପଟନାୟକଙ୍କ ଠାରୁ ଦାୟିତ୍ବ ନେଇଛନ୍ତି । ପ୍ରାକ୍ତନ କଣିହାଁ ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ତାଳଚେର କୋଲିୟରୀ (୪ନମ୍ବର) ଥାନାକୁ ବଦଳି ହୋଇଛନ୍ତି । ଥାନା ଅଞ୍ଚଳବାସୀଙ୍କୁ ଉପଯୁକ୍ତ ନ୍ୟାୟ, କୋଇଲା କଳାବଜାରୀ ରୋକ, ମହିଳା ମାନଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଜନସାଧାରଣଙ୍କ ସହିତ ସମ୍ପର୍କ ରଖି ନ୍ୟାୟିକ ବ୍ୟବସ୍ଥା ଉପରେ ପ୍ରାଥମିକତା ଦେବେ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି ।