ଭୁବନେଶ୍ୱର: ଆଜି ଭୁବନେଶ୍ଵରରେ ସଦସ୍ୟତା ଅଭିଯାନ ଏବଂ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗଦେଇ ନିଜ ବ୍ୟକ୍ତବ୍ୟ ରଖିଛନ୍ତି। ସମାଜର ବିଶିଷ୍ଟ ବ୍ୟକ୍ତିତ୍ଵଙ୍କୁ ବିଜେପିରେ ସଦସ୍ୟତା ଗ୍ରହଣ କରୁଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ନଡ୍ଡା। ସେ ତାଙ୍କ ବକ୍ତବ୍ୟରେ କହିଛନ୍ତି ବିଜେପିରେ ଏପର୍ଯ୍ୟନ୍ତ 6 କୋଟି ସଦସ୍ୟ ହୋଇଛନ୍ତି। ପ୍ରଥମେ ମଣ୍ଡଳ, ଜିଲ୍ଲା ଓ ରାଜ୍ୟ ନିର୍ବାଚନ ପରେ ରାଷ୍ଟ୍ରୀୟ ସ୍ତରରେ ଅଧ୍ୟକ୍ଷ ନିର୍ବାଚନ ହେବ, ବିଜେପିରେ ନେତାଙ୍କ ପୁଅ ନେତା ହୁଅନ୍ତି ନାହିଁ ବୋଲି କହିଛନ୍ତି । କଂଗ୍ରେସ ଦଳ କମ୍ୟୁନାଲ ନେସନାଲନିଜିମର ମୁଖପାତ୍ର ପାଲଟିଛି | 370 ଧାରା ପୁଣି ଲାଗୁ କରିବା ପାଇଁ ପାକିସ୍ଥାନ ସହ ହାତ ମିଶାଇଛି କଂଗ୍ରେସ | 370 ଉଚ୍ଛେଦ ପରେ ପ୍ରଥମ ଥର ଜମ୍ମକାଶ୍ମୀର ଲୋକ ବିଧାନସଭାରେ ଭୋଟ ଦେଉଛନ୍ତି। ଟ୍ରିପଲ ତାଲାକ ସମାପ୍ତ କରିବା ପାଇଁ ସୁପ୍ରିମକୋର୍ଟ କହିଥିଲେ | ପାକିସ୍ତାନ, ବାଂଲାଦେଶ, ଇରାକ ଭଳି ମୁସଲିମ ଦେଶରେ ଟ୍ରିପଲ ତଲାକ ବ୍ୟବସ୍ଥା ନାହିଁ କିନ୍ତୁ ଭାରତରେ ଟ୍ରିପଲ ତଲାକ ମାଧ୍ୟମରେ ମହିଳା ମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଉଥିଲା | ଟ୍ରିପଲ ତଲାକ ବନ୍ଦ ହେବା ଫଳରେ ସଂଖ୍ୟାଲଘୁ ମହିଳା ମାନେ ସେମାନଙ୍କ ଅଧିକାର ପାଇଲେ। ମୋଦିଙ୍କ ନେତୃତ୍ୱରେ ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇଛି ଭାରତ | ଖୁବଶୀଘ୍ର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ଭାରତ | 97 ପ୍ରତିଶତ ମୋବାଇଲ ଏବେ ଦେଶରେ ଉତ୍ପାଦନ ହେଉଛି | ଖେଳନା ରପ୍ତାନି କ୍ଷେତ୍ରରେ ତୃତୀୟ ବୃହତ୍ତମ ଦେଶ ଭାରତ ହୋଇଛି | ଅଟୋମୋବାଇଲ କ୍ଷେତ୍ରରେ ତୃତୀୟ ବୃହତ୍ତମ ଦେଶ ହୋଇଛି କିନ୍ତୁ କଂଗ୍ରେସ ବାରମ୍ବାର ମହଙ୍ଗାଇ ଓ ବେରୋଜଗାର କଥା କହୁଛି। ଅର୍ବାନ ନକ୍ସଲଇଜିମର ମୁଖପାତ୍ର ପାଲଟିଛି କଂଗ୍ରେସ- ଜେ ପି ନଡ୍ଡା। 12 କୋଟି 36 ଲକ୍ଷ୍ୟ ପରିବାର, 40 ପ୍ରତିଶତ ପରିବାର ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ୟୁନିଭର୍ଶଲ ହେଲଥ କଭରେଜ ପାଉଛନ୍ତି | ଲୋକଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ମିଳୁଛି | 70 ବର୍ଷରୁ ଅଧିକ 6 କୋଟି ବୟୋଜ୍ୟେଷ୍ଠ ଲୋକ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ସେବା ପାଇବେ । ଶେଷରେ ବିଜେପିର ସଦସ୍ୟ ହେବା ପାଇଁ ଏହା ହିଁ ଉଚିତ ସମୟ ବୋଲି କହିଲେ ନଡ୍ଡା।