ବିଶେଷଜ୍ଞ କମିଟି ଓ ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣର ମିଳିତ ଭାବେ ଉପକାରାଗାର ପରିଦର୍ଶନ

0

ସୁବର୍ଣ୍ଣପୁର/ ଓମ୍ ପ୍ରକାଶ: ସରକାରଙ୍କ ଗୃହ ବିଭାଗ ଦ୍ବାରା ମନୋନୀତ ବିଶେଷଜ୍ଞ କମିଟି (ଶିଶୁ ସୁରକ୍ଷା) ଓ ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ମିଳିତ ଭାବେ ସୋନପୁର ଉପକାରାଗାର ପରିଦର୍ଶନ କରିଛନ୍ତି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା କୁମୁଦିନୀ ମୁଦୁଲିଙ୍କ ତତ୍ତ୍ବବଧାନରେ କମିଟିର ସଦସ୍ୟ ପ୍ରଫେସର ନୀଳାମ୍ବର ଶତପଥୀ, ଅବକାଶ ମିଶ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଆଇନ ଅ]ôକାରୀ ଶ୍ରୀ କେଶବ ଚନ୍ଦ୍ର ମେହେର ପ୍ରମୁଖ ଉକ୍ତି କାରାଗାର କୁ ପରିଦର୍ଶନ କରିଥିଲେ। ଏହି ଅବସରରେ କମିଟି ପକ୍ଷରୁ କାରାଗାରର ଅନ୍ତେବାସୀଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ଆଇନ ସହିତ ଦ୍ବନ୍ଦରେ ଥିବା ଶିଶୁ ପ୍ରୟାସ କରାଯାଇଥିଲା କିନ୍ତୁ ଆଇନ ସହ ଦ୍ବନ୍ଦରେ ଥିବା କୌଣସି ଶିଶୁ ମିଳି ନ ଥିଲେ। ପରିଦର୍ଶନ ସମୟରେ ଉକ୍ତ କାରାଗାରର ଅଧ୍ଯକ୍ଷ ଦିଲେଶ୍ବର ଜେନା ସହଯୋଗ କରିଥିଲେ।