ବଲାଙ୍ଗୀର : ସାମ୍ବାଦିକଙ୍କୁ ଆକ୍ରମଣ ମାମଲା। ବଲାଙ୍ଗୀର କଣ୍ଟାବାଞ୍ଜୀ ଇଲେକ୍ଟ୍ରିକାଲ ଏସଡିଓ ଜଗନ୍ନାଥ ପତିଙ୍କୁ ଗିରଫ କରାଯାଇଛି। ଆଉ କିଛି ସମୟ ପରେ ପୁଲିସ୍ କୋର୍ଟ ଚାଲାଣ କରିବା ନେଇ ସୂଚନା ମିଳିଛି। ସେପଟେ ଘଟଣାକୁ ନେଇ ଏସ୍ପି କହିଛନ୍ତି ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନା ମୁତାବକ ଟିଟିଲାଗଡ଼଼ ଥାନା ଅନ୍ତର୍ଗତ ଖୋଲାଣ ପୋଲ ନିକଟରେ ଗତକାଲି ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି। ସାମ୍ବାଦିକଙ୍କ କ୍ୟାମେରା ବ୍ୟାଟେରି ସହ ଚିପ୍ସ ଲୁଟ ହୋଇଛି। ଟିଟିଲାଗଡ଼଼ ଅଞ୍ଚଳରେ ଜନୈକ ଶ୍ରମିକ ବିଦ୍ୟୁତ କରେଣ୍ଟ ଲାଗି ମୃତ୍ୟୁବରଣ କରିଥିଲେ। ଏନେଇ ବିଭାଗ ତରଫରୁ ପ୍ରତିକ୍ରିୟା ତଥା ମତାମତ ନେବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି।
ଘଟଣାସ୍ଥଳରେ ଖୋଲାଣ ସରପଞ୍ଚ ନରେଶ ଅଗ୍ରୱାଲ ତଥା ଗ୍ରାମବାସୀ ପହଞ୍ଚି ଆହତ ସାମ୍ବାଦିକଙ୍କୁ ଉଦ୍ଧାର କରିଥିଲେ। ଏନେଇ ଟିଟିଲାଗଡ଼଼ ଥାନାରେ ବିଦ୍ୟୁତ ବିଭାଗର ଅଧିକାରୀ, ଏସଡିଓ, ତଥା ଜେଇ ମାନଙ୍କ ନାଁରେ ଆହତ ସାମ୍ବାଦିକ ଲିଖିତ ଅଭିଯୋଗ କରିଥିଲେ । ଆଜି ଏହି ଘଟଣାରେ କଣ୍ଟାବାଞ୍ଜୀ ଇଲେକ୍ଟ୍ରିକାଲ ଏସଡିଓ ଜଗନ୍ନାଥ ପତିଙ୍କୁ ଗିରଫ କରାଯାଇଛି।