ସାମ୍ବାଦିକା ମଧୁମିତା ଅତ୍ମହତ୍ୟା ଘଟଣା: ଜବତ ହୋଇଛି ହାତଲେଖା ସୁଇସାଇଡ୍ ନୋଟ୍

0

ଭୁବନେଶ୍ୱର: ସାମ୍ବାଦିକା ମଧୁମିତା ଅତ୍ମହତ୍ୟା ଘଟଣା । ସ୍ବାମୀ ଶ୍ରୀଧର ଜେନାଙ୍କୁ ଦିନିକିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି ପୋଲିସ। ଶ୍ରୀଧରଙ୍କୁ ଧଉଳି ଥାନା ଇନ୍ଦିରା କଲୋନୀସ୍ଥିତ ଭଡ଼ାଘରକୁ ନେଇ ପୋଲିସ୍ ଚଳାଇଛି ଛାନ୍ଭିନ୍ । ତେବେ ଭଡ଼ା ଘରୁ ମଧୁମିତାଙ୍କ ହାତଲେଖା ସୁଇସାଇଡ୍ ନୋଟ୍ ଜବତ ହୋଇଛି। ଡାଏରୀ ଜବତ କରି ପୋଲିସ ତନାଘନା ଚଳାଇଛି। ଖାତାକୁ ଯାଞ୍ଚ୍ ପାଇଁ ମଞ୍ଚେଶ୍ବରରେ ଥିବା ଫରେନସିକ୍ ଲ୍ୟାବ୍କୁ ପଠାଯିବା ବୋଲି ଜଣାପଡିଛି। ବର୍ତ୍ତମାନ ଶ୍ରୀଧରଙ୍କୁ ପୋଲିସ ଜେରା କରୁଥିବା ବେଳେ ସତ ଓଗାରିବାକୁ ଉଦ୍ୟମ ଜାରି ରଖିଛି।
ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ଏକ ୱେବ ଚ୍ୟାନେଲରେ କାମ କରୁଥିବା ମଧୁମିତା ଭୁବନେଶ୍ୱରର ସାମନ୍ତରାପୁରରେ ରହୁଥିବା ଭଞ୍ଜନଗରର ଶ୍ରୀଧରଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟ ୫ ବର୍ଷର ପ୍ରେମ ସମ୍ପର୍କ ରହିବା ପରେ ଗତ ମାର୍ଚ୍ଚ ୧ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ମୃତ୍ୟୁ ପୂର୍ବରୁ ମଧୁମିତାଙ୍କ ଶେଷ ଭିଡିଓ ଏବେ ଭାଇରାଲ ହେଉଛି। ମଧୁମିତାଙ୍କ ମୃତଦେହ ବାପୁଜୀ ନଗର ରେଳ ଧାରଣା ନିକଟରୁ ଉଦ୍ଧାର କରାଯାଇଥିଲା। ସ୍ବାମୀଙ୍କ ପରକୀୟା ପ୍ରୀତି ଯୋଗୁ ମଧୁମିତା ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଶ୍ରୀଧରଙ୍କୁ ଧଉଳି ଥାନା ପୋଲିସ ଗିରଫ କରିଥିଲା।