କୋଣାର୍କରେ ସାମ୍ବାଦିକଙ୍କ ସୁରକ୍ଷା ନେଇ ଶୋଭାଯାତ୍ରା

0

(ଜୟନ୍ତ କୁମାର ସେଠୀ): ପୁରୀ ସୋର, ବାଲିଆପାଳ ସମେତ ସମଗ୍ର ରାଜ୍ୟରେ କାର୍ୟ୍ୟରତ ସାମ୍ବାଦିବମାନଙ୍କ ଉପରେ ହୋଇଥିବା ଆକ୍ରମଣକାରିକୁ ଗିରଫ କରିବାକୁ ଦାବି ହୋଇଛି । ତାହା ସହ ସାମ୍ବାଦିକଙ୍କ ପେନସନ ଯୋଜନା କାର୍ୟ୍ୟ କରିବା ସହ ସୁରକ୍ଷା ଆଇନ ପ୍ରଣୟନ କରିବା ଦାବିରେ.ଆଜି କୋଣାର୍କ ସାମ୍ବାଦିକ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଥାନା ଛକ ଠାରୁ ଏକ ପ୍ରତିବାଦ ସୋଭାଯାତ୍ରାର ଆୟୋଜନ କରାଯାଇଛି । ବଜାର ପରିକ୍ରମା କରି ପରେ କୋଣାର୍କ ଅତିରିକ୍ତ ତହସିଲ୍ କାର୍ୟ୍ୟାଳୟଠାରେ ପହଞ୍ଚିଥିଲା । ଏହି ପରିପ୍ରେକ୍ଷୀରେ ଓଡ଼ିଶା ବାହାରୁ ସୁର୍ୟ୍ୟ ମନ୍ଦିର ପରିଦର୍ଶନରେ ଆସିଥିବା କେତେକ ସାମ୍ବାଦିକ ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ। ଏହି ଅବସରରେ ସାମ୍ବାଦିକ ସୁରକ୍ଷା, ପେନସନ ଜୋଯନା କାର୍ୟ୍ୟ କାରି ଓ ଆକ୍ରମଣ କାରିଙ୍କ ବିରୁଧରେ କାର୍ୟ୍ୟ ଅନୁଷ୍ଠାନ ଗ୍ରହଣ ନିମନ୍ତେ ଗୋପ ତହସିଲଦାର ଙ୍କ ଜରୀଆରେ ମହା ମହିମ ରାଜ୍ୟ ପାଳ ଓ କୋଣାର୍କ ଥାନା ଅଧିକାରୀ ଙ୍କ ଜରୀଆରେ ପୋଲିସ ମହାନିର୍ଦ୍ଦେଶକ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା।
.