ସାଇବର୍ ଲୁଟେରାଙ୍କ ଟାର୍ଗେଟରେ ସାମ୍ବାଦିକ

0

ହ୍ୱାଟ୍ସଆପ୍ ଉପରେ ସାଇବର୍ ଆଟାକ୍ । ଯାହାକୁ ଏବେ ସ୍ପଷ୍ଟ କରିଛି ମେଟା କମ୍ପାନୀ । ଏହି ଟେକନିକରେ ଜିରୋ କ୍ଲିକ୍ ଟେକନିକର ବ୍ୟବହାର କରାଯାଇଥିଲା । ଏଥିରେ ପ୍ରାୟ ୯୦ରୁ ଅଧିକ ହ୍ୱାଟ୍ସଆପ୍ ୟୁଜର୍ସ ସାଇବର୍ ଲୁଟେରାଙ୍କ ଶିକାର ହୋଇଛନ୍ତି । ମିଳିଥିବା ରିପୋର୍ଟ ଅନୁଶାରେ, ବର୍ତ୍ତମାନ ହ୍ୱାଟ୍ସଆପ୍ ୟୁଜର୍ସ ଏବେ ସାଇବର ଲୁଟେରାଙ୍କ ଟାର୍ଗେଟ୍ ଥିବା ଜଣା ପଡିଛି  । ପାରାଗନର ସର୍ବିଲାନ୍ସ ସପ୍ଟୱେୟାର୍ ଗ୍ରାଫିଟ୍ କୁ ବ୍ୟବହାର କରାଯାଇ ଏ ସବୁ ହୋଇଥିବା ନେଇ ମେଟା ଏବେ ଅଭିଯୋଗ କରିଛି । ସବୁଠୁ ବଡ କଥା ହେଉଛି, ସାଇବର୍ ଲୁଟେରାଙ୍କ ଶିକାର ହୋଇଥିବା ୯୦ ଜଣ ୟୁଜର୍ସଙ୍କ ମଧ୍ୟରୁ ଅଧିକାଂଶ ସାମ୍ୱାଦିକ ଏବଂ ନାମୀଦାମୀ ବ୍ୟକ୍ତି ରହିଛନ୍ତି ।

ମେଟା ଏହା ସ୍ପଷ୍ଟ କରିଛି କି, ବଛା ବଛା ଲୋକଙ୍କୁ ସାଇବର୍ ଠକମାନେ ଟାର୍ଗେଟ କରୁଛନ୍ତି । ଏଥିରେ ସାମ୍ୱାଦିନ ଏବଂ ସିବିଲ୍ ସୋସାଇଟିର ଅନେକ ସହସ୍ୟ ସାମିଲ୍ ରହିଛନ୍ତି । କୁହାଯାଉଛି ସାଇବର୍ ଠକଙ୍କ ଶିକାର ହୋଇଥିବା ଏହି ସଦସ୍ୟମାନେ ୨୦ଟି ଭିନ୍ନ ଭିନ୍ନ ଦେଶରେ ଅଚନ୍ତି  । ପାରାଗନ୍ ସଲ୍ୟୁସନର ଗ୍ରାଫିଟି, ବାସ୍ତବରେ ଜିରୋ କ୍ଲିକ୍ ଟେକନିକର ବ୍ୟବହାର କରିଥାଏ । ଏହାର ଅର୍ଥ, ୟୁଜର୍ସଙ୍କୁ କୌଣସି ଲିଙ୍କ୍ କିମ୍ୱ ଅନ୍ୟ କୌଣସିଥିରେ କ୍ଲିକ୍ କରିବାକୁ ପଡିନଥାଏ । ବିନା କୌଣସି କ୍ଲିକରେ ହ୍ୟାକର୍ସ ୟୁଜର୍ସଙ୍କ ମୋବାଇଲକୁ ପଶି ଡାଟା ଚୋରି କରିନେଇଥାଏ । ଏ ବାବଦରେ ୟୁଜର୍ସଙ୍କୁ କୌଣସି ସନ୍ଦେହ ବି ହୁଏନାହିଁ ।

ଜିମେଲ୍ ତରଫରୁ ବି ଚେତାବନୀ ଜାରି କରାଯାଇଛି । ସାବଧାନ ରହିବା ପାଇଁ କୁହାଯାଇଛି । ଜିମେଲରେ ୨୫୦୦ କୋଟିରୁ ଅଧିକ ୟୁଜର୍ସ ରହିଛନ୍ତି, ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି । ପୂର୍ବରୁ  ସାଇବର୍ ଆଟାକ୍ ନେଇ ହ୍ୱାଟ୍ସଆପ୍ ୟୁଜର୍ସଙ୍କୁ ବି ସତର୍କ କରାଯାଇଥିଲା । ତେବେ ସାଇବର୍ ଆଟାକରୁ ରକ୍ଷା ପାଇବା ପାଇଁ ସତର୍କ ରହିବା ନିହାତି ଆବଶ୍ୟକ ହୋଇପଡିଛି । କେତେବେଳେ କିଏ ସାଇବର୍ ଆଟାକର ଶିକାର ହେଉଛନ୍ତି ତାହା ସାଇବର୍ ଆଟକର ଶିକାର ହେବା ପରେ ହିଁ ଜଣାପଡୁଛି । ତେଣୁ ଏହାକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ଆସିବାର ଆବଶ୍ୟକତା ରହିଛି ।