(ଅଜିତ ସାହୁ / ଜଳେଶ୍ୱର): ପୁଣି ଗଣମାଧ୍ୟମର କଣ୍ଠରୋଧ କରିବାକୁ ଉଦ୍ୟମ । ଖବର ପ୍ରସାରଣ କରିବାକୁ ଯାଇ ମାରଣାନ୍ତକ ଆକ୍ରମଣର ସ୍ବୀକାର ହୋଇଛନ୍ତି ଏକ ଘରୋଇ ଚ୍ୟାନେଲର ସାମ୍ବାଦିକ ମନୋରଂଜନ ପାଣିଗ୍ରାହୀ । ଅଭିଯୋଗ ଅନୁଯାୟୀ ବାଲିଆପାଳ ବ୍ଲକ ବଳରାମପୁର ପଞ୍ଚାୟତରେ ଗୋଚର ଜମିରୁ କିଛି ଅସାଧୁ ବ୍ୟକ୍ତି ମୂଲ୍ୟବାନ ଗଛ କାଟି ନେଉଥିଲେ। ଏହାର ଅଭିଯୋଗ ପାଇ, ଖବର ସଂଗ୍ରହ କରିବାକୁ ଯାଇଥିଲେ ମନୋରଞ୍ଜନ ପାଣିଗ୍ରାହୀ। ତେବେ ଘଟଣା ସ୍ଥଳରେ ମନୋରଂଜନ ପାଣିଗ୍ରାହୀ ଙ୍କୁ ମାରଣାନ୍ତକ ଆକ୍ରମଣ କରିବା ସହିତ ତାଙ୍କ ମୋବାଇଲ , ବୁମ, ଆଇକାର୍ଡ ,ଓ ପର୍ସ ଛଡେଇ ନେଇଥିଲେ । ଏନେଇ ମନୋରଞନ ବାଲିଆପାଳ ଥାନାରେ ଅଭିଯୋଗ କରିଛନ୍ତି । ବାଲିଆପାଳ ପୋଲିସ ମାମଲା ରୁଜୁ କରିବା ସିହିତ ଜଣକୁ ଅଟକ କରିଛି। ତେବେ ଏଠାର ସୂଚନା ଥାଉକି ଗତ ମାସ ଅକ୍ଟୋବର ୧୬ ତାରିଖରେ ସାମ୍ବାଦିକ ଚନ୍ଦନ ଜେନାଙ୍କୁ ମାରଣାନ୍ତକ ଆକ୍ରମଣ ହୋଇଥିଲା। ଘଟଣାକୁ ୪୦ ଦିନ ନପରୁଣୁ ପୁଣି ଜଣେ କାର୍ୟ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଥିବା ବେଳେ, ଆକ୍ରମଣକାରୀ ମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।