ୱକଫ ବୋର୍ଡ ସଂଶୋଧନ ବିଲ ପାଇଁ ଜେପିସି କମିଟି ଗଠିତ

0

ନୂଆଦିଲ୍ଲୀ : ୱକଫ ସଂଶୋଧନ ବିଲକୁ ନେଇ କେନ୍ଦ୍ର ସରକାର ଜଏଣ୍ଟ ପାର୍ଲିଆମେଣ୍ଟାରୀ କମିଟି ନିକଟକୁ ପଠାଇ ଦେଇଛନ୍ତି । ଆଗାମୀ ଅଧିବେଶନର ପ୍ରଥମ ସପ୍ତାହର ଶେଷ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି । ଏହି କମିଟିରେ ମୋଟ ୨୧ ସଦସ୍ୟ ଲୋକସଭାରୁ ଓ ୧୦ ଜଣ ରାଜ୍ୟସଭାରୁ ରହିବେ । ଗୁରୁବାର ଦିନ କେନ୍ଦ୍ର ଲୋକସଭାରେ ୱକ୍ଫ ବୋର୍ଡ ସଂଶୋଧନ ବିଲ ପାରିତ କରିଥିଲା, ତେବେ ଏହାକୁ ଜେପିସି ନିକଟରେ ଦାଖଲ କରାସରିଛି ।
ଏହି ବିଧେୟକକୁ ନେଇ ବିପକ୍ଷଙ୍କ ବିରୋଧ ପରେ କମିଟି ଗଠନ ହୋଇଛି । ବିରୋଧୀଙ୍କ ସହ ବିଜେପିର କିଛି ସହଯୋଗୀ ମଧ୍ୟ ବିରୋଧ କରିଥିଲେ । ସରକାର ଏହି ବିଲକୁ ଶୀତ ଅଧିବେଶନରେ ରାଜ୍ୟସଭାରେ ପାରିତ କରିପାରନ୍ତି । ଏହି ସମୟ ମଧ୍ୟରେ ବିଜେପି ଭଙ୍ଗା ଯୋଡା ନୀତିରେ ନିଜକୁ ସୁଦୃଢ କରିଦେବାର ସମ୍ଭାବନା ରହିଛି । ସେତେବେଳେ ଏହି ବିଲ ପାଶ କରିବାରେ କେନ୍ଦ୍ରକୁ କୌଣସି ସମସ୍ୟା ହେବ ନାହିାଁ