ପୋସ୍କୋର ଫରେଷ୍ଟ କ୍ଲିଅରାନ୍ସରେ ସାମିଲ ହେଲା ଜେଏସଡବ୍ଲ୍ୟୁ

0

ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ପ୍ଲାଣ୍ଟକୁ ମେଗା ଇସ୍ପାତ ପ୍ରକଳ୍ପ ନିର୍ମାଣ ପାଇଁ ମିଳିଲା ସବୁଜ ସଙ୍କେତ । ୫୦ ହଜାର କୋଟି ବ୍ୟୟରେ ନିର୍ମାଣ ହେବ ଏହି ଇସ୍ପାତ ପ୍ରକଳ୍ପ । ଦକ୍ଷିଣ କୋରିଆ କମ୍ପାନୀ ପୋସ୍କୋ ପାଇଁ ଏରସମା ତହସିଲ ପ୍ରସ୍ତାବିତ ଅଂଚଳରେ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ପ୍ଲାଣ୍ଟ ପ୍ରକଳ୍ପ ନିର୍ମାଣ କରିବ । ୨୦୧୧ରେ ପୋସ୍କୋକୁ ଚୂଡାନ୍ତ ଫରେଷ୍ଟ କ୍ଲିଅରାନ୍ସ । ଏନେଇ ରାଜ୍ୟ ସରକାରଙ୍କ ସୁପାରିସ କ୍ରମେ ଏହାକୁ ଜେଏସଡବ୍ଲ୍ୟୁ ଷ୍ଟିଲକୁ ସ୍ଥାନାନ୍ତର କରାଯାଇଛି । ୬ଟି ସର୍ତ୍ତ ଆଧାରରରେ ଏହି କ୍ଲିଅରାନ୍ସ ୨୦୪୧ ପର୍ଯ୍ୟନ୍ତ ବୈଧ ରହିବ ବୋଲି ଜଣାପଡିଛି । ପୋସ୍କୋ ନିଜର ପ୍ରକଳ୍ପ ପାଇଁ ୧୨୫୩ ହେକ୍ଟର ଜମି ଉପଯୋଗ ପାଇଁ ଅନୁମତି ପାଇ ଥିବା ବେଳେ ଜେଏସଡବ୍ଲ୍ୟୁ ଷ୍ଟିଲ ଏଥିରୁ ୧୦୮୩ ହେକ୍ଟର ଜଙ୍ଗଲ ଜମି ନିଜର ପ୍ରକଳ୍ପ ନିମନ୍ତେ ଉପଯୋଗ କରିବାକୁ ଅନୁମତି ପାଇଛି । ୨୦୧୭ ଜୁନ ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଏକ ବୌଠକ ଅନୁଷ୍ଠିତ ହୋଇଛି । ଏହି ବୌଠକରେ ଜେଏସଡବ୍ଲ୍ୟୁ ମେଗା ଷ୍ଟିଲ ପ୍ଲାଣ୍ଟକୁ ସବୁଜ ସଙ୍କେତ ମିଳିଥିଲା । ଏହି କମ୍ପାନୀ ବାର୍ଷିକ ୧୨ ନିୟୁତ ଟନ ଇସ୍ପାତ କାରଖାନା, ୯୦୦ ମେଗାୱାଟର କ୍ୟାପଟିଭ ପାୱାର ପ୍ଲାଣ୍ଟ ବାର୍ଷିକ ୧୦ନିୟୁତ ଟନର ଇସ୍ପାତ କାରଖାନା, ଜଟାଧାରୀ ମୁହାଣରେ ନିଜସ୍ୱ ଜେଟି ନିର୍ମାଣ ପାଇଁ ପ୍ରାୟ ୫୦ହଜାର କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରଖିଛି । ପୋସ୍କୋ ପ୍ରକଳ୍ପ ପାଇଁ ଏରସମାର ୮ଟି ଗାଁ ପ୍ରଭାବିତ ହେବାର ଥିବା ବେଳେ ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ପାଇଁ ଏଥିରୁ ୨ ଗାଁ- ନୋଳିଆସାହି ଓ ଭୂୟାଁପାଳ ବାଦ ପଡ଼ିଛନ୍ତି।