ଜୁଲାଇ ୨୦ରେ ପାଟକୁରା ନିର୍ବାଚନ, ୨୪ରେ ଗଣତି

0

(ଆଦର୍ଶ ରାଉତ) ଭୁବନେଶ୍ୱର: ବହୁପ୍ରତୀକ୍ଷିତ ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଜୁଲାଇ ୨୦କୁ ଦିନ ଧାର୍ଯ୍ୟ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ଆୟୋଗ ଗୁରୁବାର ଦିନ ଏହି ଘୋଷଣା କରିଛନ୍ତି। ଜୁଲାଇ ୨୪ରେ ହେବ ଭୋଟ୍ ଗଣତି।
ବିଜେଡି ପ୍ରାର୍ଥୀ ତଥା ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରଓ୍ଵାଲଙ୍କ ନିଧନ ପରେ ପାଟକୁରା ନିର୍ବାଚନ ହୋଇପାରି ନ ଥିଲା । ଏହା ପରେ ବିଜେଡି ପକ୍ଷରୁ ତାଙ୍କର ପତ୍ନୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କୁ ପ୍ରାର୍ଥୀ କରିଥିଲା । ସାବିତ୍ରୀ ଅଗ୍ରଓ୍ଵାଲ, ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଓ କଂଗ୍ରେସର ଜୟନ୍ତ କୁମାର ମହାନ୍ତିଙ୍କ ଭାଗ୍ୟ ଆସନ୍ତା ୨୦ ତାରିଖରେ ନିର୍ଦ୍ଧାରଣ ହେବ।
ଉଲ୍ଲେଖଯୋଗ୍ୟ, ଏପ୍ରିଲ ୨୯ରେ ଚତୁର୍ଥ ପର୍ୟ୍ୟାୟରେ ପାଟକୁରାର ନିର୍ବାଚନ ହେବାର ଥିଲା। ମାତ୍ର ବେଦପ୍ରକାଶ ଅଗ୍ରଓ୍ଵାଲଙ୍କ ନିଧନ ପରେ ଏହାକୁ ଶେଷ ପର୍ୟ୍ୟାୟରେ ଅର୍ଥାତ ମେ ୧୯ରେ କରାଯିବାକୁ ନିର୍ବାଚନ ଆୟୋଗ ଘୋଷଣା କରିଥିଲେ। ମାତ୍ର ମେ ୩ରେ ବାତ୍ୟା ଫୋନି କାରଣରୁ ପାଟକୁରା ନିର୍ବାଚନ ଘୁଞ୍ଚାଯାଇଥିଲା।