ଜୁନାଗଡ଼: କଳାହାଣ୍ଡି ଜିଲ୍ଲାର ହଜାରେ ବର୍ଷର ସହର ଜେନାବଳୀ ପାଟଣା ବା ଜୁନାଗଡ଼ ୪୭ ଟି ପ୍ରଗଣା ଭିତରେ ବଡ଼ ଥିବା ବେଳେ ୧୮ ଗଡ଼ ମଧ୍ୟରେ ମଧ୍ୟ ସବୁଠାରୁ ବଡ଼ ଅଟେ । ଏ ଜୁନାଗଡ଼ ମାଟି ସୃଷ୍ଟି କରିପାରିଛି ଅନେକ କଳା ଓ କଳାକାର । ଏହି ମାଟିର ଲୋକବାଦ୍ୟ, ଲୋକ ନୃତ୍ୟ, ଲୋକ ସଂସ୍କୃତି, ଲୋକ ସଙ୍ଗୀତ ନିଆରା ଏବଂ ବିଶ୍ବ ଦରବାରରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ବିଲୁପ୍ତ କଳାକୁ ବଞ୍ଚାଇବାକୁ ପ୍ରତିଭା ଖୋଜିବାର ନିଆରା ପ୍ରାୟାସ ଏହି ଜୁନାଗଡ଼ ମହୋସ୍ୱବ ବୋଲି ଆଜି ଉଦ ଜାପାନୀ ର ଶେଷ ସନ୍ଧ୍ୟା ତଥା ତୃତୀୟ ଦିନରେ ଅତିଥି ମାନେ ମତ ପ୍ରକାଶ କରିଥିଲେ ।
ପୁରସ୍କାର ବିତରଣ ସଭା କୁ ପରିଚାଳନା କରିଥିଲେ ସରୋଜ ପଣ୍ଡା । ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜୁନାଗଡ଼ କଲବିକାଶ କେନ୍ଦ୍ର ର ଓଡିଶୀ, ପ୍ରତିଭା ଭବାନୀପାଟଣା ର ସିଂଘାରି ନୃତ୍ୟ ପରିବେଷଣ ହେବା ସହ ଅର୍ଚନା ପାଢ଼ୀ ଙ୍କ ସମ୍ବଲପୁରୀ ମେଲୋଡି ପରିବେଷଣ ହୋଇଥିଲା ଅର୍ଚନା ପାଢ଼ୀ ଙ୍କ ସଂଗୀତ ଓ ନୃତ୍ୟରେ ଝୁମି ଥିଲେ ଦର୍ଶକ । ମାଁ ଲଙ୍କେଶ୍ୱରୀ ମଞ୍ଚ ରେ ଅନୁଷ୍ଠିତ ଏହି ସଂଗୀତ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।