ବାଲେଶ୍ୱର-: ଜୁନିୟର ମାଇନିଂ ଅଫିସରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ। ବାଲି ଚାଲାଣ ସୂଚନା ପାଇ ଚଢ଼ାଉ ବେଳେ ଅଫିସରଙ୍କୁ ଆକ୍ରମଣ କଲେ ଦୁର୍ବୁତ୍ତ। ରେମୁଣା ବ୍ଲକ୍ କାଠସଙ୍ଗଡ଼ା ତ୍ରିବେଣୀ ଘାଟରେ ଆକ୍ରମଣ ହୋଇଥିବା ସୂଚନା । ବାଲେଶ୍ୱର ରେମୁଣା କାଠସଙ୍ଗଡାରେ ବାଲି ମାଫିଆଙ୍କ ଆକ୍ରମଣରେ ଜୁନିୟର ମାଇନିଂ ଅଫିସର ତାପସ କୁମାର ବେହେରା ଆହତ ।
ସୂଚନା ମୁତାବକ, ରେମୁଣା ବ୍ଲକ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀ କାଠସଂଗଡା ପାଖରେ ବେଆଇନ ବାଲି ଉତ୍ତୋଳନବେଳେ ଖଣି ବିଭାଗର ଏକ ସ୍ୱତନ୍ତ୍ର ଟିମର ଚଢାଉ କରିଥିଲା । ଚଢାଉରେ ଜୁନିୟର ମାଇନିଂ ଅଫିସର ଫଟୋ ଉଠାଇବା ବେଳେ ବାଲି ମାଫିଆ ରୁଣ୍ଡ ହୋଇ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଆକ୍ରମଣରେ ତାପସଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି । ତାଙ୍କୁ ଉଦ୍ଧାର କରାଯାଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।