ରିଲିଜ ହେଲା ବହୁପ୍ରତୀକ୍ଷିତ ‘ଜୁରାସିକ୍‌ ୱର୍ଲଡ ଡୋମିନିୟନ୍‌’

ରିଲିଜ ହେଲା ବହୁପ୍ରତୀକ୍ଷିତ ଜୁରାସିକ୍‌ ୱର୍ଲଡ ଟ୍ରାୟୋଲୋଜିର ୩ୟ ତଥା ଶେଷ ସଂସ୍କରଣ ଏବଂ ମୋଟ୍‌ ‘ଜୁରାସିକ୍‌ ପାର୍କ’ର ୬ଷ୍ଠ ସଂସ୍କରଣ ‘ଜୁରାସିକ୍‌ ୱର୍ଲଡ ଡୋମିନିୟନ୍‌’ ।

0

(ମୁମ୍ବାଇ) : ରିଲିଜ ହେଲା ବହୁପ୍ରତୀକ୍ଷିତ ଜୁରାସିକ୍‌ ୱର୍ଲଡ ଟ୍ରାୟୋଲୋଜିର ୩ୟ ତଥା ଶେଷ ସଂସ୍କରଣ ଏବଂ ମୋଟ୍‌ ‘ଜୁରାସିକ୍‌ ପାର୍କ’ର ୬ଷ୍ଠ ସଂସ୍କରଣ ‘ଜୁରାସିକ୍‌ ୱର୍ଲଡ ଡୋମିନିୟନ୍‌’ । ଗତକାଲି ଅର୍ଥାତ ଶୁକ୍ରବାର ଫିଲ୍ମଟି ଆମେରିକା ଓ ବ୍ରିଟେନ ସିନେମା ହଲ୍‌ରେ ମୁକ୍ତିଲାଭ କରିଥିଲା ।

ଅଧିକାଂଶ ସମୀକ୍ଷକ ଜୁରାସିକ୍‌ ପାର୍କର ସମସ୍ତ ସଂସ୍କରଣ ମଧ୍ୟରୁ ଏହାକୁ ସବୁଠୁ ଖରାପ ଫିଲ୍ମ ବୋଲି କହିଥିବାବେଳେ କିଛି ଏହାକୁ ପ୍ରଶଂସା କରିଛନ୍ତି । ତେବେ ଏହି ଫିଲ୍ମରେ ଅଭିନେତା କ୍ରିସ୍‌ ପ୍ରାଟ୍‌ ଓ ବ୍ରାଇସ୍‌ ଡଲାସ୍‌ ହାୱାର୍ଡ ପୂର୍ବ ଦୁଇ ଫିଲ୍ମ ଭଳି ଏକସଙ୍ଗେ ନଜର ଆସିଛନ୍ତି । ଉଭୟ ଅଭିନେତ୍ରୀ ଲୌରା ଡର୍ନ ଓ ଅଭିନେତା ସାମ୍‌ ନିଲ୍‌ଙ୍କ ସହ ଯୋଗ ଦେଇଛନ୍ତି । ଲୌରା ଓ ସାମ୍‌ ୧୯୯୩ ମସିହାରେ ମୁକ୍ତିପ୍ରାପ୍ତ ମୂଳ ‘ଜୁରାସିକ୍‌ ପାର୍କ’ରେ ଅଭିନୟ କରିଥିଲେ ।

ସୂଚନାନୁଯାୟୀ , ‘ଜରାସିକ୍‌ ୱର୍ଲଡ’ ଫ୍ରାଞ୍ଚାଇଜରେ ନଜର ଆସିଥିବା ମୂଳ କଳାକାର ଜେଫ୍‌ ଗୋଲ୍ଡବ୍ଲବ୍‌ ଓ ବିଡି ୱଙ୍ଗ ମଧ୍ୟ ଏହି ସଂସ୍କରଣରେ କାମ କରିଛନ୍ତି । ସମୀକ୍ଷକମାନେ ଲୌରା ଡର୍ନ ଓ ନିଲ୍‌ଙ୍କ କେମିଷ୍ଟ୍ରିକୁ ପସନ୍ଦ କରିଛନ୍ତି । ପ୍ରାଟ୍‌ ଓ ହାୱାର୍ଡ କୌଣସି ପାର୍ଟିକୁ ଆସିଥିବା ଭଳି ଜଣାପଡ଼ୁଥିବା ଜଣେ ସମୀକ୍ଷକ ଉଲ୍ଲେଖ କରିଛନ୍ତି । ଫିଲ୍ମରେ କୌଣସି ଗୋଟିଏ ମୁହୂର୍ତ୍ତ ବାସ୍ତବିକ ଭୟ କିମ୍ବା ଟିକିଏ ବି ଉଦ୍‌ବେଗ ଅନୁଭୂତ ହୋଇନଥିବା ସମୀକ୍ଷକମାନେ କହିଛନ୍ତି । ‘ଏଲଭିସ୍‌’, ‘ଲାଇଟ୍‌ଇୟର’ ଓ ‘ଟପ୍‌ ଗନ୍‌: ମାଭରିକ୍‌’ ଭଳି ଫିଲ୍ମ ସହିତ ସମର୍‌ ବ୍ଲକ୍‌ବଷ୍ଟର ସିଜନ୍‌ର ଏଇଟି ଅନ୍ୟତମ ବଡ଼ ରିଲିଜ୍‌।