ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଆଜି ଜଷ୍ଟିସ୍ ରଞ୍ଜନଙ୍କ ଶପଥ ଗ୍ରହଣ

0

(ସୌମ୍ୟ ରଂଜନ ସେଠୀ) : ସୁପ୍ରିମକୋର୍ଟର ୪୬ ତମ ପ୍ରଧାନ ବିଚାରପତି ଭାବେ ଆଜି ଜଷ୍ଟିସ୍ ରଞ୍ଜନ ଗୋଗାଇ ଶପଥ ଗ୍ରହଣ କରିବେ । ସେ ଆଜିଠାରୁ ପ୍ରଧାନବିଚାରପତି ଭାବେ ପଦ ସମ୍ଭାଳିବେ । ଭାବୀ ସିଜେଆଇ ଜଷ୍ଟିସ ଗୋଗାଇଙ୍କ କାର୍ୟ୍ୟକାଳ ୨୦୧୯ ଯାଏଁ ରହିବ । ଦେଶର ଜନତା ତାଙ୍କ ଉପରେ ଅନେକ ଆଶା ରଖିଛନ୍ତି । ଏହା ସହ ଅଦାଲତରେ ପଡି ରହିଥିବା ଲକ୍ଷାଧିକ ମୋକଦ୍ଦମା ତାଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ ।

ସୁପ୍ରିମ୍ କୋର୍ଟ ପ୍ରଧାନ ବିଚାରପତି ଅବସର ନେଇଛନ୍ତି ଦୀପକ ମିଶ୍ର । ତାଙ୍କ ସ୍ଥାନରେ ସୁପ୍ରିମ୍ କୋର୍ଟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗଇ ଆଜି ଦେଶର ୪୬ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ। ୨୦୧୯ ନଭେମ୍ବର ୧୭ରେ ଜଷ୍ଟିସ୍ ଗୋଗଇ ଅବସର ଗ୍ରହଣ କରିବେ। ଜଷ୍ଟିସ୍ ମିଶ୍ର ତାଙ୍କ କାର୍ୟ୍ୟକାଳ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାରେ ରାୟ ପ୍ରଦାନ କରିଥିବା ବେଳେ ଆହୁରି ଅନେକ ମହତ୍ତ୍ବପୂର୍ଣ୍ଣ ମାମଲାର ରାୟ ବାକି ରହିଛି। ଜଷ୍ଟିସ୍ ଗୋଗଇଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲାଗୁଡ଼ିକର ବିଚାର କରି ରାୟ ପ୍ରକାଶ କରିବେ। ଯଦିଓ ସୁପ୍ରିମ୍ କୋର୍ଟ ବିଚାରପତି ଭାବେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାରେ ରାୟ ଦେଇଛନ୍ତି, ଆଗକୁ କିଭଳି ମାମଲାର ପରିଚାଳନା କରାଯିବ ତାହା ତାଙ୍କ ଉପରେ ନିର୍ଭର କରୁଛି। ତାଙ୍କ ପାଇଁ ଆଗକୁ ଅନେକ ଆହ୍ବାନ ରହିଛି।

କି, ଜଷ୍ଟିସ ଗୋଗାଇ ୨୪ ବର୍ଷ ବୟସରଙ୍କ ୧୯୭୮ ମସିହାରେ ଓକିଲାତି ଆରମ୍ଭ କରିଥିଲେ । ଗୁଆହାଟି ହାଇକୋର୍ଟରେ ଦୀର୍ଘ ସମୟ ଧରି ଓକିଲାତି କରିବା ପରେ ସେ ଗୁଆହାଟି ହାଇକୋର୍ଟର ଜଜ୍ ଭାବେ ନିଯୁକ୍ତ ହୋଇଥିଲେ । ଏହାପରେ ସେପ୍ଟେମ୍ବର ୨୦୧୦ରେ ପଂଜାବ ଏବଂ ହରିୟାଣା ହାଇକୋର୍ଟରେ ଜଜ ଏବଂ ୨୦୧୧ରେ ସମାନ ହାଇକୋର୍ଟର ମୁଖ୍ୟ ବିଚାରପତିଭାବେ କାର୍ୟ୍ୟ ତୁଲାଇଥିଲେ ।