କାନାଡ଼ା: ୧୮ ବର୍ଷ ବିବାହ ପରେ ସ୍ତ୍ରୀ ସୋଫିଆଙ୍କଠାରୁ ଅଲଗା ହେବେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଏ ନେଇ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବୁଧବାର ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଘୋଷଣା କରିଛନ୍ତି । ସେ ପେଷ୍ଟ ମାଧ୍ୟମରେ ସ୍ତ୍ରୀଙ୍କ ଠାରୁ ଅଲଗା ହେବା କଥା କହିଛନ୍ତି । ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିବା ବିବୃତ୍ତିରେ ଜଷ୍ଟିନ ଟ୍ରୁଡୋ ଏବଂ ସୋଫି କହିଛନ୍ତି ଦୀର୍ଘ ଦିନର ବାର୍ତ୍ତାଳାପ ପରେ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।
ଏହା ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଉଭୟ ଆଇନଗତ ପୃଥକ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଦୁହେଁ ୨୦୦୫ ମସିହାରେ ବିବାହ କରିଥିଲେ। ୪୮ ବୟସ୍କା ସୋଫି, କେବିକେରେ ଟେଲିଭିଜନ ଖବରଦାତା ଭାବରେ କାର୍ୟ୍ୟ କରିଛନ୍ତି। ସେ ୫୧ ବର୍ଷ ବୟସ୍କ ଜଷ୍ଟିନ ଟ୍ରୁଡୋଙ୍କ ସହ ତିନୋଟି ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି। ସେ ଅନେକ ଥର ମହିଳାଙ୍କ ଅଧିକାର ଏବଂ ମାନସିକ ସ୍ବାସ୍ଥ୍ୟ ପ୍ରସଙ୍ଗକୁ ଗୁରୁତ୍ୱ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି।