(ବିଜୟ କୁମାର କାରୁଆ): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଦୁଇଦିନ ଧରି ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ଆନ୍ତଃ ମହାବିଦ୍ୟାଳୟ କବାଡି ପ୍ରତିଯୋଗିତା ଆଜି ଉଜାପନି ଦିବସ ପାଳିତ ହୋଇଯାଇଛି। ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଶଙ୍କର୍ଷଣ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଛ। ଏହି କବାଡ଼ି ପ୍ରତିଯୋଗିତାକୁ ସଂଯୋଜନା ଜଗନ୍ନାଥ ମହାନ୍ତ,ହରିହର ଓଝା,ହଳଧର ସାହୁ, ପ୍ରିୟଦର୍ଶିନୀ ବକସି କରିଥିବା ବେଳେ କବାଡ଼ି ପ୍ରତିଯୋଗୀତାକୁ ପରିଚାଳନା କ୍ରୀଡା ଅଧ୍ୟାପକ ଧର୍ମେନ୍ଦ୍ର କୁମାର ସାହୁ,ବାସୁଦେବ ସାହୁ, ନକୁଳ ମହାନ୍ତ,ସୁଶାନ୍ତ କୁମାର ମହାନ୍ତ,ତରୁଣକାନ୍ତ ବେଜ୍ କରିଥିଲେ। ମୁଖ୍ୟ ଅତିଥି ଭାବରେ ବ୍ଲକଅଧ୍ୟକ୍ଷ ଜଗନ୍ନାଥ ନାଏକ,ସମ୍ମାନିତ ଅଥିତୀ ନୃସିଂହ ସିଂ, ଯୋଗଦେଇ କ୍ରୀଡାବିତ ମାନଙ୍କୁ ସମ୍ବର୍ଦ୍ଦନା ଜଣାଇଥିଲେ । ମୋଟ ୧୭ଟି ଆନ୍ତଃ ମହାବିଦ୍ୟାଳୟ ମଧ୍ୟରୁ ୧୨ଟି ବାଳକ ଓ ୫ଟି ବାଳିକା ଦଳ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ବିଭିନ୍ନ ମହାବିଦ୍ୟାଳୟର କ୍ରୀଡା ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ରହିଥିଲେ। ଏହାସହ ହରିଚନ୍ଦନପୁର ମହାବିଦ୍ୟାଳୟକୁ ବାରିପଦା ମହାବିଦ୍ୟାଳୟକୁ ହରାଇ ଚାମ୍ପିଅନ ହେଇଥିବା ବେଳେ ହରିଚନ୍ଦନପୁର ମହାବିଦ୍ୟାଳୟକୁ ପାଟଣା ଆଂଚଳିକ ମହାବିଦ୍ୟାଳୟ ହରାଇ ବାଳିକା ବିଭାଗ ଚମ୍ପିଆନ୍ ହୋଇଛନ୍ତି। ମୁଖ୍ୟ ଅଥିତୀ ଚମ୍ପିଆନ୍ ହୋଇଥିବା ବାଳକ ଓ ବାଳିକା ଦଳକୁ କପ ପୁରସ୍କୃତ କରିଥିଲେ। ଏହି ଦୁଇଦିନ ଧରି ଚାଲି ଥିବା କବାଡ଼ି ପ୍ରତିଯୋଗୀତାକୁ ପାଟଣା ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ରହି ସହଯୋଗ କରିବା ସହ ଛାତ୍ରଛାତ୍ରୀ ମାନେ କବାଡ଼ି ଖେଳକୁ ମନଭରି ଉପଭୋଗ କରିବା ସହ କ୍ରୀଡାବିତିମାନକୁ ଉତ୍ସାହିତ କରିଥିଲେ।