କାଦମ୍ବିନୀ କୁନିକଥାର ସ୍ୱନକ୍ଷତ୍ର ଉତ୍ସବ

0

(ହରପ୍ରସାଦ ବିଶୋଇ): ଓଡିଶାର ସର୍ବପ୍ରଥମ ମାସିକ ପାରିବାରିକ ଶିଶୁ-କିଶୋର ପତ୍ରିକା କାଦମ୍ବନୀ କୁନିକଥାର ଗତକାଲି ଅଷ୍ଟମ ତମ ସ୍ବନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତକାଲି ସଂଧ୍ୟା ୬ଟା ସମୟରେ ଏହା ଭୁବନେଶ୍ବର ସ୍ଥିତ ରବିନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଛି । ଏହି ଉତ୍ସବରେ ସଭାପତି ବିଭୁତି ପଟ୍ଟନାୟକ , ମୁଖ୍ୟ ଅତିଥି ଭାବେ ଓଡିଶା ଭାଷା ସାହିତ୍ୟ ସଂସଦର ନିର୍ଦ୍ଦେଶକ ବିଜୟ କୁମାର ନାୟକ , ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ଶ୍ରୀଯୁକ୍ତ ଉଦୟ ବାଜପେୟୀ ଏବଂ ବିଶିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ଆଶୁତୋଷ ଭରଦ୍ବାଜ , କାଦମ୍ବନୀ କୁନି କଥାର ସମ୍ପାଦିକା ଇତି ସମାନ୍ତ, ପଦ୍ମଶ୍ରୀ କମଳା ପୂଜାରୀ ଯୋଗ ଦେଇଥିଲେ । ଏହା ଦୀର୍ଘ ୨୦ବର୍ଷ ହେବ ଓଡିଶା ସହ ଯୋଡି ହୋଇରହିଛି । ଚଳିତ ମାସ ପତ୍ରିକା ଉନ୍ମୋଚିତ ହୋଇଛି । କାଦିମ୍ବନୀ ତରଫରୁ ବିଭିନ୍ନ ବିଭାଗରେ ଅନେକ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଛି । କାଦିମ୍ବନୀ କବିତା ସମ୍ମାନ ସୌଭାଗ୍ୟ ବନ୍ତ ମହାରଣା ,କାଦମ୍ବନି ଅନୁବାଦ ସମ୍ମାନ ପ୍ରଭାସୀ ମହାକୁଡୁ ,କାଦମ୍ବିନୀ ଆମ ରୋଷେଇ ପୁରସ୍କାର ଶ୍ୱେତା ରାଉତ , କାଦମ୍ବିନୀ ପ୍ରିୟ ପାଠକ ସମ୍ବର୍ଦ୍ଧନା ସମ୍ମାନ ହରେକୃଷ୍ଣ ଦାସ । କୁନି କଥାର ପ୍ରିୟ ଲେଖକ ନଗେନ୍ଦ୍ରର ନାଥ ପଟ୍ଟନାୟକ , କୁନି କଥା କୁନି ପ୍ରତିଭା ସୁଶ୍ରୀ ଇସ୍ପିତା ବିଶ୍ୱାଳଙ୍କୁ ସମ୍ମାନିତ କରାଯାଇଥିଲା । ଅତିଥିମାନେ କାଦମ୍ବନୀର ଉଚ୍ଚ ଶୈଳୀ ଲେଖାକୁ ଭୂରିଭୁରି ପ୍ରଶଂସା କରିଛନ୍ତି ।