ତୁଷାଦ୍ ମ୍ୟୁଜିୟମ୍‌ରେ ସ୍ଥାନ ପାଇଲା କାଜଲ୍ ଅଗ୍ରୱାଲ୍‌ଙ୍କ ମହମ ପ୍ରତିମୂର୍ତ୍ତି

0

(ମମତା ସାମଲ)ରିପୋର୍ଟସଟୁଡେ: ସିଙ୍ଗାପୁରର ମ୍ୟାଡମ୍ ତୁଷାଦ୍ ମ୍ୟୁଜିୟମ୍‌ରେ ସ୍ଥାନ ପାଇଛି ଅଭିନେତ୍ରୀ କାଜଲ୍ ଅଗ୍ରୱାଲ୍‌ଙ୍କ ମହମ ପ୍ରତିମୂର୍ତ୍ତି। ପ୍ରଥମ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଭାବେ ସେ ପାଇଛନ୍ତି ଏହି ସମ୍ମାନ। ନିଜେ କାଜଲ ଏହାକୁ ଲୋକାର୍ପିତ କରିଥିଲେ। ତାଙ୍କ ସହିତ ତାଙ୍କ ପରିବାର ଲୋକେ ବି ଉପସ୍ଥିତ ଥିଲେ।ଏହି ସମାରୋହର କିଛି ଫଟୋ ଓ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏଥିରେ କାଜଲ୍‌ ନିଜ ମହମ ପ୍ରତିମୂର୍ତ୍ତି ସହ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଫଟୋରେ କାଜଲ୍‌ ପର୍ପଲ୍‌ ରଙ୍ଗର ଡ୍ରେସ୍‌ ପିନ୍ଧିଥିବାବେଳେ ତାଙ୍କ ପ୍ରତିମୂର୍ତ୍ତିକୁ ସିଲ୍‌ଭର୍‌ ଶିମରି ଆଉଟ୍‌ ଫିଟ୍‌ ପିନ୍ଧା ଯାଇଛି।ସାଉଥ୍ ଷ୍ଟାର୍ ମହେଶ ବାବୁ ଓ ପ୍ରଭାସଙ୍କ ମହମ ପ୍ରତିମୂର୍ତ୍ତି ମଧ୍ୟ ଏହି ମ୍ୟୁଜିୟମ୍‌ରେ ରହିଛି। ତେବେ ପ୍ରଥମ ଦକ୍ଷିଣ ଭାରତୀୟ ନାୟିକା ଭାବେ କାଜଲ୍ ଏହି ଗୌରବ ଅର୍ଜନ କରିଛନ୍ତି। ଏମାନଙ୍କ ବ୍ୟତୀତ ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ, ଶାହରୁଖ୍ ଖାନ୍, ସଲମାନ ଖାନ୍, ଐଶ୍ୱର୍ୟ୍ୟା ରାୟ ବଚ୍ଚନ, କ୍ୟାଟ୍ରିନା କୈଫ ଓ ହ୍ରିତିକ ରୋଶନଙ୍କ ଭଳି କଳାକାରଙ୍କ ମହମ ପ୍ରତିମୂର୍ତ୍ତି ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନରେ ଥିବା ଏହି ମ୍ୟୁଜିୟମ୍‌ରେ ସ୍ଥାନ ପାଇଛି। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ପ୍ରତିମୂର୍ତ୍ତି ଲଣ୍ଡନ୍‌ର ମ୍ୟାଡମ୍‌ ତୁଷାଦ ମ୍ୟୁଜିୟମ୍‌ରେ ଅଛି।