କାକଟପୁର ଵିଜୁଜନତା ପକ୍ଷରୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା (ଆଇଟି) ସେଲ ଉଦଘାଟିତ

0

( ଜୟନ୍ତ କୁମାର ସେଠୀ): ପୁରୀ ଜଲ୍ଲା କୋଣାର୍କସ୍ଥିତ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷଠାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନାକୁ ଲୋକାଭିମୁଖୀ କରିବାର ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କାକଟପୁର ଵିଜୁଜନତା ଦଳ ପକ୍ଷରୁ ନିର୍ବାଚନ ମଣ୍ଡଳୀ ନିମନ୍ତେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା (ଆଇଟି)ସେଲ କୁ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ଶୁଭାରମ୍ଭ କରିଛନ୍ତି। କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳେଇ, ରାଜ୍ୟ ଵିଜେଡି ଆଇଟି ସେଲ ର ତାଲିମଦାତା କିଶୋର ଚନ୍ଦ୍ର ପାତ୍ର, କାକଟପୁର ବ୍ଲକ ସଂଯୋଜକ ରତ୍ନାକର ଵେହେରା, ଛାତ୍ର ନେତା ପିଣ୍ଟୁ ନାୟକ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଥିବା ଵିଜୁ ଯୁବ ଜନତା ଦଳ, ଛାତ୍ର ଵିଜେଡି ଓ ଵିଜୁ ଯୁଵ ଵାହିନୀ ର କାକଟପୁର, ଗୋପ, କୋଣାର୍କ ଏନ ଏ ସି ଓ ଅସ୍ତରଂଗ ଅଂଚଳର ୨୦୦ରୁ ଉର୍ଦ୍ଧ ପ୍ରଶୀକ୍ଷାର୍ଥୀ ଯୋଗ ଦେଇଥିଲେ।ଏହି ଅବସରରେ ରାଜ୍ୟ ଆଇଟି ତାଲିମ ଦାତା କିଶୋର ଚନ୍ଦ୍ର ପାତ୍ର ରାଜ୍ୟ ସରକାରଙ୍କ ଵିଭିନ୍ନ ଯୋଜନା ଓ ପ୍ରକଳ୍ପ କୁ ଘରେ ଘରେପହଂଚାଇ ର ଲକ୍ଷ୍ୟ ନେଇ ଏହି କାର୍ୟ୍ୟକ୍ରମ କୁ ଲୋକାଭିମୁଖୀ ଓ କ୍ରିୟାଶୀଳ କରିବା ସହ ଆଇଟି ର ଵିଭିନ୍ନ ଦିଗ ଉପରେ ଵିଶଦ ଭାଵରେ ଵୁଝାଇଥିଲେ। ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଵିଭିନ୍ନ ଜନହିତକର ଯୋଜନା ର ସଫଳ କାର୍ୟ୍ୟକାରିତା ପାଇଁ କାକଟପୁର ଵିଜେଡି ଆଇଟି ସେଲ କୁ ଅଧିକ କ୍ରିୟାଶୀଳ କରାଯିବ ବୋଲି କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି।