(କଳାହାଣ୍ଡି / ଗୋଲାପ ସାହୁ ): ମୂଖୀଗୁଡ଼ା ବହୁ ଚର୍ଚ୍ଚିତ କଳାହାଣ୍ଡି ଇନ୍ଦ୍ରାବତୀ ଓଏଚ ପିସି ଜେନେରାଲ ମେନେଜର ଙ୍କ ଗଳିତ ଶବ ଉଦ୍ଧାର ଘଟଣା । ହତ୍ୟାକାରୀଙ୍କୁ ଧରିବା ଦାବିରେ ଗତକାଲି ଗ୍ରାମବାସୀ ମାନେ ଶବକୁ ଅଟକ ରଖିବା ପରେ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ହସ୍ତକ୍ଷେପ କରିଥିଲେ । ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ରାଜ୍ୟ ଗୃହ ଓ ଶକ୍ତି ମନ୍ତ୍ରୀ ଙ୍କ ନିଜ ଜିଲ୍ଲା ରେ ଦିନ ଦୁଇ ପହର ରେ ଜଣେ ସରକାରୀ କର୍ମଚାରୀଙ୍କୁ ଅପହରଣ ଓ ହତ୍ୟା ଘଟଣା କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସ ର ପାରିବାପଣିଆ ପଦା ରେ ପଡିଛି । ଜଣେ କାର୍ୟରତ ମେନେଜର ଙ୍କ ନିଖୋଜ ପରେ ବି ପୋଲିସ ର ତଦନ୍ତ କୁ ନେଇ ମୃତକ ଙ୍କ ପତ୍ନୀ ଅଭିଯୋଗ କରିଥିଲେ । କଳାହାଣ୍ଡି ଏସପି ଙ୍କ ନିକଟରେ ମଧ୍ୟ ଫେରାଦ ହୋଇଥିଲେ । ଗଳିତ ଶବ ଉଦ୍ଧାର ସହ ପାରିପାର୍ଶ୍ବିକ ଅବସ୍ଥା କୁନେଇ ଏକ ସାଇଣ୍ଟିଫିକ ଟିମ ଆସି ସନ୍ଧାନୀ କୁକୁର ସାହାଯ୍ୟ ରେ ତଦନ୍ତ ପ୍ରକ୍ରିୟା କୁ ଜୋରଦାର କରି ତନାଘନା ଆରମ୍ଭ କରିଛି । ଅତିଶୀଘ୍ର ଘଟଣା ସତ୍ୟତା ପର୍ଦାଫାସ ହେବା ନେଇ ଏସ ପି ସୂଚନା ଦେଇଛନ୍ତି। ତେବେ ହତ୍ୟା ଘଟଣା କୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ପୋଲିସ ତଦନ୍ତର ମୋଡ କୁଆଡେ ଯିବ ତାହାକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ଲାଗିରହିଛି।