(ରିିପୋର୍ଟସ ଟୁଡ଼େ): ଆଜି ପୁରୀ ମାଳତୀପାଟପୁରରେ ବିଜେଡି ବିଶାଳ ଚାଷି ସମାବେଶର ଆୟୋଜନ କରିଛି । ମୁଖ୍ୟମନ୍ତ୍ରୀ ପୁରୀରେ ଶ୍ରୀଜୀଉଙ୍କ ଦର୍ଶନ କରିବା ପରେ ସଭାସ୍ଥଳକୁ ଯିବାର କାର୍ୟ୍ୟକ୍ରମ ରହିଛି । ମାଲତୀପାଟପୁର ରାହାଙ୍ଗିରିଆ ପଡିଆରେ ଆୟୋଜିତ ହୋଇଥିବା ବିଶାଳ ସମାବେଶରେ ସେ ଯୋଗ ଦେବେ । ‘କାଳିଆ ‘ଯୋଜନାରେ ଟଙ୍କା ବଂଟନ ପ୍ରକ୍ରିୟାର ଶୁଭାରମ୍ଭ କରିବେ ।
ଏହି ସମାବେଶରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରୁ ୧ ଲକ୍ଷ ଚାଷୀଙ୍କର ସମାଗମ ହେବାର ସମ୍ଭାବନା ରହିଛି ।
ପ୍ରଥମ ପର୍ୟ୍ୟାୟରେ ୨୧ ଲକ୍ଷ ଚାଷୀ ଆବେଦନ କରିଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୧୨ ଲକ୍ଷ ୪୫ ହଜାର ୪୯୦ ଚାଷୀଙ୍କୁ ଆଜି ଟଙ୍କା ପ୍ରଦାନ କରାଯିବା ନେଇ ସୂଚନା ଦିଆଯାଇଛି । ବଳକା ଆବେଦନକାରୀଙ୍କୁ ଏହି ଯୋଜନାରେ ପରେ ସହାୟତା ଟଙ୍କା ପ୍ରଦାନ କରାଯିବ ।