କାଳିଆ ଯୋଜନାକୁ ନେଇ ବଚସା, ୨ ଗୁରୁତର

0

(ମାନସ ପ୍ରଧାନ): କାଳିଆ ଯୋଜନାକୁ କୁ ନେଇ ୨ଜଣଙ୍କ ମଧ୍ୟରେ ମାରପିଟ ହୋଇ ୨ଜଣେ ଗୁରୁତର । . . ଅଭିଯୋଗ ଅନୁଯାୟୀ ନୟାଗଡ ବ୍ଲକ ନଡିଆଳି ଗ୍ରାମର ଚୈତନ୍ୟ ସାହୁଙ୍କ ନାମ କୌଣସି କାରଣରୁ କାଳିଆ ଯୋଜନାରୁ ବାଦ ପଡିଥିଲା । ସେ ଏନେଇ ଗାଁ ଲୋକଙ୍କ ସହ ସେ ଆଲୋଚନା କରିଥିଲେ । ଏନେଇ ଗ୍ରାମର ଦିବାକର ପ୍ରଧାନ ନାମକ ଜଣେ ବ୍ୟାକ୍ତି ଆପତି ଉଠାଇଥିଲେ । ଫଳରେ ଚୈତନ୍ୟ ଓ ଦିବାକରଙ୍କ ମଧ୍ୟରେ ବଚସା ଓ ପରେ ସଂଘର୍ଷ ହୋଇଥିଲା । ଏଥିରେ ଉଭୟ ଗୁରୁତର ଆହତ ହେବାରୁ ତାଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକରାଯାଇଥିଲା । ପରେ ଦିବାକରଙ୍କ ଅବସ୍ତା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ସ୍ଥାନାନ୍ତର କରାଯାଇଛି । ଏ ନେଇ ଉଭୟଙ୍କ ପଖ୍ୟରୁ ୨ଟି ମାମଲା ନୟାଗଡ ସଦର ଥାନାରେ ଦାୟର କରାଜାଇଛି । ପୋଲିସ୍ ଏହାର ତଦନ୍ତ ଆରମ୍ଭ କରିଥିବା କହିଛି ।