ରାଜ୍ୟସଭାକୁ ଯିବେ କମଲ ହାସନ

0

ରାଜ୍ୟସଭା ଯିବେ କମଲ ହାସନ । ସାଉଥ ସୁପରଷ୍ଟାର କମଲ ହାସନ, ଡି.ଏମ.କେ ପକ୍ଷରୁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ବେଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଓ ତାଙ୍କ ପୁଅ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଉପସ୍ଥିତ ଥିଲେ। ୨୦୨୬ ବିଧାନସଭା ନିର୍ବାଚନକୁ ଦେଖି, ଏହି ରଣନୀତି କରାଯାଇଥିବାର ଚର୍ଚ୍ଚା ହେଉଛି। କମଲ ହାସନଙ୍କ ଫ୍ୟାନ ବେସକୁ ନଜରରେ ରଖି, ରାଜ୍ୟସଭାକୁ ଷ୍ଟାଲିନ୍ ପଠାଉଛନ୍ତି ।

କିଛି ଦିନ ତଳେ ଭାଷା ବିବାଦରେ ଫସିଥିଲେ କମଲ। ତାମିଲ ଭାଷାରୁ କନ୍ନଡ ଭାଷାର ଉତ୍ପତ୍ତି ହୋଇଛି ବୋଲି କହିଥିଲେ। ଏହାକୁ ନେଇ ତାଙ୍କୁ ଜୋରଦାର ବିରୋଧ କରାଯାଇଥିଲା। ଏପରିକି ତାଙ୍କ ଫିଲ୍ମ ଠଗ୍ ଲାଇଫକୁ କର୍ଣ୍ଣାଟକରେ ମଧ୍ୟ ବିରୋଧ କରାଯାଇଥିଲା। ତାମିଲନାଡୁର DMK ସହିତ କମଲ ହାସନଙ୍କ ଦଳ MNM ମେଣ୍ଟ କରିଛି। ୨୦୨୪ ଲୋକସଭା ନିର୍ବାଚନ ବେଳେ ଏହି ମେଣ୍ଟ ମିଳିତ ଭାବେ ନିର୍ବାଚନ ଲଢିଥିଲା। ଯାହାପରେ ଡିଏମକେକୁ ସମର୍ଥନ ପ୍ରତିବଦଳରେ କମଲ ହାସନଙ୍କୁ ରାଜ୍ୟସଭା ଟିକେଟ ପ୍ରତିଶ୍ରୁତି ଦିଆଯାଇଥିଲା।