୧୩ ତମ ସର୍ବଭାରତୀୟ ଓପେନ କରାଟେ ପ୍ରତିଯୋଗିତାରେ କନ୍ଧମାଳ କରାଟେକାଙ୍କ କମାଲ

0

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ: ୧୩ତମ ସର୍ବଭାରତୀୟ ଓପେନ କରାଟେ ଚମ୍ପିୟାନ ଉଦଯାପନୀ ହୋଇ ଯାଇଛି । ଏଥିରେ ବିଭିନ୍ନ ପ୍ରାନ୍ତରୁ ୧୦୦୦ପାଖ ପାଖି କରାଟେ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ କନ୍ଧମାଳରୁ ୧୨ପ୍ରତିଯୋଗୀ ଅଂଶ ଗ୍ରହଣ କରି ମୋଟ ୧୩ ପଦକ ହାତେଇ ଛନ୍ତି । ସେଥିରେ ରହିଛି ସ୍ଵର୍ଣ ପଦକ -୬ଟି, ରୌପ୍ୟ ପଦକ -୨ଟି ଏବଂ କାଂସ୍ୟ ପଦକ -୫ ଟି । ସିନିୟର କାଟାଗୋରିରେ ଆକାଶ ନାୟକ, ପ୍ରମିଶ ଦିଗାଳ, ଅରବିନ୍ଦ ପାତ୍ର ଏବଂ ସୁବ୍ରତ ଦିଗାଳ କାଟାରେ କାଂସ୍ୟ ପଦକ ଆଉ ଫାଇଟରେ କାଂସ୍ୟ ପଦକ ହାତେଇ ଥିଲେ । ଉତ୍କଳ କରାଟେ ସ୍କୁଲ କନ୍ଧମାଳର ପ୍ରତିଷ୍ଠାତା ତଥା ମୁଖ୍ୟ ପ୍ରଶିକ୍ଷକ ଜୁନେସ ଦିଗାଳ ଏବଂ ଡୋଜ ପ୍ରଶିକ୍ଷକ ଗୋପାଳ ଚନ୍ଦ୍ର କହଁର ନେତୃତ୍ୱରେ କନ୍ଧମାଳ ଟିମ ଭୁବନେଶ୍ୱର ଗସ୍ତ କରିଥିଲା । ଏହି ପ୍ରତିଯୋଗୀତାରେ ଜୁନେସ ଦିଗାଳ, ଗୋପାଳ ଚନ୍ଦ୍ର କହଁର ଏବଂ ପ୍ରଭାତ କିଶୋର ସାହୁ ଜର୍ଜ / ରେଫେରି ଦାଇତ୍ବ ସୁରୁଖୁରୁରେ ତୁଲାଇ ଥିଲେ । କନ୍ଧମାଳର କରାଟେକା ସଫଳତାରେ କରାଟେ ଏବଂ କନ୍ଧମାଳ ବାସୀ ଶୁଭେଚ୍ଛା ସହିତ ଧନ୍ୟବାଦ ଜଣେଇ ଛନ୍ତି ।