ପ୍ରଦ୍ମଶ୍ରୀ ପୁରସ୍କାର ମନୋନୀତ କମଳା ପୂଜାରୀ ଅସୁସ୍ଥ

0

(ରିପୋର୍ଟସ ଟୁଡ଼େ/ଜୟପୁର): ପ୍ରଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କମଳା ପୂଜାରୀ ଏବେ ଅସୁସ୍ଥ। ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଉଚ୍ଚ ରକ୍ତଚାପ, ଛାତିରେ କଫ ଜମିବାରୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଏହାପରେ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଚଳିତ ବର୍ଷର ସମ୍ମନଜନକ ପଦ୍ମ ପୁରସ୍କାର ପାଇଁ ଗତକାଲି ତାଙ୍କ ନାଁ ଘୋଷଣା କରାଯାଇଥିଲା । କୃଷିକ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ କମଳାଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯିବ ।