କନ୍ଧକେଳଗାଁ ଷଷ୍ଠ ତମ ଏସ୍ .ବି ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

0

ଟିଟିଲାଗଡ  (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ କନ୍ଧକେଳ ଗାଁ ସାବୁନ ବୁରେଇ ଖେଳ ପଡିଆ ଠାରେ ଏସ୍ ,ବି କ୍ଲବ  ଆନୁକୂଳ୍ଯ ଫୁଟବାଳ  ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି । ଏହି ଟୁର୍ନାମେଣ୍ଟ  ୨୨ ରୁ  ୨୭  ତାରିଖ ପର୍ଯ୍ୟନ୍ତ  ହେବା କମିଟି ପ୍ରକାଶ କରିଛି। ଉକ୍ତ କାର୍ଯ୍ୟକ୍ରମରେ ଷୋହଳ  ଟି ଦଳ ଅଂଶଗ୍ରହଣ କରିଛନ୍ତି ।  ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ଉଦ୍ଘାଟନ କରିଥିଲେ । ପ୍ରଥମ ଦିନରେ ନାଇକେନସିରା ଦଳ ପେନାଲଟିକ୍ ଦ୍ବରା  ୪.୨ ଗୋଲରେ ଘଣ୍ଟ ମାଳ ଦଳକୁ ହରାଇ  ସେମିଫାଇନାଲ ପ୍ରବେଶ କରିଛି । ଦ୍ବିତୀୟ ଦିନ  କନ୍ଧକେଳ ଗାଁ ଅଞ୍ଚଳର ସମାଜ ସେବି ଟିକେଶ୍ବର ସାହୁ ,ପ୍ରମୋଦ ପଣ୍ଡା ,ଶିଷକ ରଥିନ୍ଦ୍ର ବର୍ଗେ ,ଯୁବ ସାମ୍ବାଦିକ ଶୁଶାନ୍ତ ମେହେର  ,ମିତ୍ରଭାନୁ ମେହେର, ଇଶ୍ବର ମେହେର  ,ଅଧିକାରି ପ୍ରଧାନ  ଆତିଥ୍ଯ ଗ୍ରହଣ କରିଥିଲେ । ଏସ୍ ବି  ଫୁଟବଲ  ଟୁର୍ଣ୍ଣାମେଣ୍ଟ କମିଟିର ସଭାପତି ଝାସକେତନ ମେହେର ,ସମ୍ପାଦକ କୋଦଣ୍ଡ ମେହେର, ଅଧିନାୟକ  ଶୁରେଶ ବାରିକ  ,କାହ୍ନା ନାୟକ  ,ଅରୁଣ ପାତ୍ର ,ମୁକେଶ ଭୋଇ, ବବୁଲୁ ଭୋଇ, ଆକାଶ ପାତ୍ର, ଦିଲିପ, ଦିନ, ବିକାଶ ଓ ଏସ୍ .ବି କ୍ଲବ କନ୍ଧକେଳ ଗାଁର ସମସ୍ତ ସଦସ୍ଯ ସହଯୋଗ କରିଥିଲେ ।