କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତର କଲ୍ୟାଣ ମଣ୍ଡପଠାରେ ବ୍ଲକ ସ୍ତରୀୟ କନ୍ଧକୁଳ ପରିଷଦର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ରୂପେ ବ୍ଲକ ସ୍ତରୀୟ କନ୍ଧ କୁଳ ପରିଷଦର ସଭାପତି ରଘୁନାଥ ନିଶିକା, ବ୍ଲକ ସ୍ତରୀୟ କନ୍ଧକୁଳ ପରିଷଦର ସମ୍ପାଦକ ପାପାନା ପ୍ରସ୍କା, କନ୍ଧକୁଳ ପରିଷଦର ଉପସଭାପତି ଗୋପିନାଥ ପେରିସିକା, ବରିଷ୍ଠ ସଭ୍ୟ ହଳଧର ହୁଇକା, ସଭ୍ୟ ଶ୍ରୀପତି କାଡ୍ରାକା, ଲଚମନ କାଡ୍ରାକା, ଵୈଦ୍ୟ ହିମିରିକା, ବୈଦ୍ୟନାଥ କାଡ୍ରାକା ମଞ୍ଚାସିନ ରହିଥିଲେ।
ଊକ୍ତ କନ୍ଧ କୁଳ ପରିଷଦ ସାଧାରଣ ସଭାରେ ଆଦିବାସୀ ମାନଙ୍କର ରୀତିନୀତି, ପରମ୍ପରା, ସଂସ୍କୃତିକୁ ବଜାୟ ରଖିବା ପାଇଁ ବ୍ଲକ ସ୍ତରୀୟ କନ୍ଧ କୁଳ ବା ଆଦିବାସୀ ସମାଜ ପକ୍ଷରୁ କଲ୍ୟାଣ ସିଂହପୁର ବ୍ଲକର ୧୪ଟି ପଞ୍ଚାୟତରୁ ପ୍ରାୟ ୨୦୦୦ରୁ ଉର୍ଦ୍ଧ୍ବ ଲୋକମାନେ ଉପସ୍ଥିତ ରହିଥିବା ବେଳେ ଆଦିବାସୀମାନଙ୍କର ପରମ୍ପରା, ସଂସ୍କୃତି, ଧର୍ମ, ରୀତିନୀତି ଓ ବାଲ୍ୟ ବିବାହକୁ ରୋକିବା ପାଇଁ କନ୍ଧକୁଳ ସମାଜର ଆବଶ୍ୟକ ନୀତି ନିୟମକୁ ଆଗରେ ରଖି ବ୍ଲକ ଆଦିବାସୀ ସଂମ୍ପ୍ରଦାୟର ଲୋକମାନେ ଏକ ତ୍ରିତ ହୋଇଥିବା ଜଣାପଡିଛି।
ଏହି ସଭାରେ ଆଦିବାସୀ ମାନଙ୍କ ଆବଶ୍ୟକତା ବିଷୟ ମାନ ହେଲା ସଂସ୍କୃତିକୁ ଉଜ୍ଜୀବିତ କରିବା,ବାଲ୍ୟବିବାହକୁ ନିରାକରଣ, କୁଇ ଭାଷାକୁ ବଞ୍ଚିରଖିବା, ବିବାହ ପରମ୍ପରାକୁ ବଜାୟ ରଖିବା, ସଂସ୍କାର ଆଣିବା, ଅନ୍ଧ ବିଶ୍ୱାସ କୁ ଦୂରୀକରଣ କରିବା ପାଇଁ ସଚେତନତା କରିଇବା,ବିପର୍ଯ୍ୟସ୍ତରେ ପିଡ଼ିତାଙ୍କୁ ସମାଜ ତରଫରୁ ଯଥା ସମ୍ଭବ ଆର୍ଥିକ ସହାୟତା ଦେବା, ଭାଇଚାରା ଓ ଏକତା ମନଭାଵକୁ ସୁଦୃଢ କରିବା, ସମାଜର ଆଗମୀ ପିଢ଼ି ଯେପରି ସବୁ କ୍ଷେତ୍ରରେ ବଞ୍ଚିତ ନ ହେବେ ସେଥିପ୍ରତି ଦୃଷ୍ଟି ଦେବା, ପ୍ରାକୃତିକ ସଂମ୍ପଦ, ଜଙ୍ଗଲ ଓ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦେବା, ଗରୀବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା, ପାରମ୍ପରିକ କ୍ରୀଡ଼ାରେ ପ୍ରେରଣା ଦେଇ ଉତ୍ସାହିତ କରିବା, ଗରିବ ନିରୀହ ମାନଙ୍କୁ ସରକାରଙ୍କ ବିଭିନ୍ନ ପ୍ରକାର ମଙ୍ଗଳକାରୀ ଯୋଜନା ରେ ଅବଗତ କରାଇବା,ସମାଜ ରେ ଘଟୁଥିବା ଛୋଟ ଛୋଟ ବିଶୃଙ୍ଖଳା ମକଦ୍ଦମା କନ୍ଧ କୁଳ ପରିଷଦ ପକ୍ଷରୁ ଫଇସଲା କରିବା ନେଇ ଆଲୋଚନା ହୋଇଥିଲା।
କନ୍ଧ କୁଳ ପରିଷଦର ସଙ୍ଘଠନକୁ ସୁଦୃଢ କରି ମଜଭୂତ କରିବା ପାଇଁ ବ୍ଳକର ପ୍ରତ୍ୟେକ ପଞ୍ଚାୟତ ରୁ ନୂତନ ଭାବେ ସଭାପତି, ସମ୍ପାଦକ ଚୟନ କରାଯାଇଥିଲା।ପରିଶେଷରେ ବ୍ଲକ ସଭାପତି, ଉପସଭାପତି ଓ ସମ୍ପାଦକ ଚୟନ କରାଯାଇ ରଘୁନାଥ ନିଶିକାଙ୍କୁ ବ୍ଲକ ସଭାପତି ରୂପେ ମାନନୀତ କରିବା ପରେ ଦୁଇ ଜଣଙ୍କୁ ଉପସଭାପତି ରୂପେ ଶଙ୍କର ହୁଇକା ଏବଂ ଧନସିଂ ତିମାକାଙ୍କୁ ଚୟନ କରାଯାଇଥିଲା।ତା ପରେ ସମ୍ପାଦକ ରୂପେ ବିଶ୍ୱନାଥ କାଡ୍ରାକା ଓ କୋଷାଧ୍ୟକ୍ଷ ଭବେ ଅଶୋକ ବିଡ଼ିକାଙ୍କୁ ମନନୀତ କରାଯାଇଥିଲା।