(ରାଇରଙ୍ଗପୁର / ସତ୍ୟ ନାରାୟଣ ପାଲ ): ପୁଣି ଦେଖିବାକୁ ମିଳିଛି କାଙ୍ଗାରୁ କୋଟ। ଏଭଳି ଭୟଙ୍କର ଚିତ୍ର ବା କୋଙ୍ଗରୁ କୋଟ କହୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି ମୟୂରଭଞ୍ଜ ଜିଲ୍ଲା ବଙ୍ଗରିପୋଷି ବିଧାନସଭା ଅଧୀନରେ ଥିବା ଚାନ୍ଦୁଆ ବ୍ଲୋକରେ। ସୂଚନା ମୁତାବକ ଗତକାଲି ଏଭଳି ଘଟଣାର ଦୃଶ୍ୟ ଏବେ ଭାଇରଲ ହେବାକୁ ଲାଗିଛି। ବାରିପଦା ସହରର ଦୁଇଜଣ ଯୁବକ ଚାନ୍ଦୁଆ ଅଞ୍ଚଳକୁ ହାଟ ପାଇଁ ଯାଇଥିବା ବେଳେ ଛେଳି ଚୋର ଭଳି ସଙ୍ଗିନ ଅଭିଯୋଗ ସେହି ଗ୍ରାମର ଲୋକମନେ କରିଥିବା ସହ ପୋଲିସ କୁ ଜିମା ନଦେଇ ନିଜେ ନିଜେ ଆଇନ କୁ ହାତକୁ ନେଇ ଲହୁଲୁହାନ କରିଦେଇଥିଲେ ଦୁଇ ଯୁବକଙ୍କୁ। ତେବେ କିଛି ଦାୟିତ୍ୱବାନ ଲୋକଙ୍କ ପାଇଁ ଚାନ୍ଦୁଆ ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରି ଏଯାଇ ଥାନାରେ ଅଟକ ରଖିଛି। ତେବେ ଏଭଳି ଘଟଣା ଘଟିଥିବା ବେଳେ ପୋଲିସ ସାବାଳକ ଯୁବକଙ୍କୁ କୋଟ ଚାଲାଣ କରିଥିବା ବେଳେ ଅନ୍ୟଜଣେ ନାବାଳକକୁ ଘର ଲୋକଙ୍କ ହାତରେ ଜିମା ଦେଇଛି। ଏଭଳି କାଙ୍ଗାରୁ କୋଟ କୁ ନିଜ ହାତକୁ ନେଇଥିବା ଏବଂ ଲହୁଲୁହାଣ କରିଥିବା ବ୍ୟକ୍ତିଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯାଇନଥିବ ଏବେ ସମଗ୍ର ଜିଲ୍ଲାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବ ଆମ ପ୍ରତିନିଧି ଥାନା ଅଧିକାରୀଙ୍କୁ ଗତକାଲି ପାଖରୁ ଏବିଷୟ ନେଇ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର ସଠିକ ସୂଚନା ଦେଇନଥିଲେ ଥାନା ଅଧିକାରୀ।