ବିଚାରଧିନ ଆସାମୀ ଚମ୍ପଟ, ଭକୁଆ ପୋଲିସ

0

(ଜ୍ୟୋତିରଞ୍ଜନ ଧର/କଣିହାଁ ) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କୋର୍ଟ ପରିସରରୁ ବୁଧବାର ପୋଲିସ କୁ ଭକୁଆ ବନେଇ ଜଣେ ବିଚାରାଧୀନ ଆସାମୀ ଚମ୍ପଟ ମାରିଛି । ଚମ୍ପଟ ମାରିଥିବା ବିଚାରଧିନ ଆସାମୀ ଜଣକ ହେଲେ ପ୍ରହଲ୍ଲାଦ ବେହେରା । ଆଜି କୋର୍ଟରେ ବିଚାରଧିନ ପ୍ରକ୍ରିୟା ଚାଲିଥିବା ବେଳେ କିଛି ସମୟ ପାଇଁ କୋର୍ଟ ବିରାମ ହୋଇଥିଲା । ଏହି ସମୟରେ ତାଙ୍କ ପାଇଁ ନିୟୋଜିତ ହୋଇଥିବା ପୁଲିସ ର ଅନ୍ୟମନସ୍କତା ର ସୂଯୋଗ ନେଇ ଆସାମୀ ପ୍ରହଲ୍ଲାଦ କୋର୍ଟ ପରିସରରୁ ଚମ୍ପଟ ମାରିଥିଲେ । ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପ୍ରହଲ୍ଲାଦ କୁ ଖୋଜିବା ପାଇଁ ଚଢାଇ ଜାରୀ ରହିଛି । ଅଦ୍ୟାବଧି ପ୍ରହଲ୍ଲାଦକୁ ଧରିବାରେ ବିଫଳ ହୋଇଥିବା ଜଣାଯାଇଛି ।