ଶ୍ମଶାନକୁ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି, ହିନସ୍ତା ବିଜିଗୋଳ ବାସୀ

0

(କଣିହାଁ/ ଜ୍ୟୋତିରଂଜନ ଧର) : ଅନୁଗୋଳ ଜିଲ୍ଲାର ୨ୟ ଶିଳ୍ପ ସମୃଦ୍ଧି ରୂପେ କଣିହାଁ ବ୍ଲକ ମାନ୍ୟତା ପାଇଛି । ଖଣି, ଖାଦାନ, ଏନଟିପିସି ଭଳି ଜାତୀୟ ପ୍ରକଳ୍ପ ଗଢି ଉଠିଛି । ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ବିଜିଗୋଳ ଗାଁରେ ଅଦ୍ୟାବଧି ଅଧିବାସୀଙ୍କ ନିମନ୍ତେ ରାସ୍ତା ଭଳି ମୈାଳିକ ସୁବିଧାରୁ ବଂଚିତ ହୋଇଛନ୍ତି ଗାଁ ଲୋକେ । ଗାଁ ମୁଣ୍ଡରୁ ମଶାଣି ପର୍ଯ୍ୟନ୍ତ ସ୍ଥାୟୀ ରାସ୍ତା ଖଣ୍ଡିଏ ପାଇଁ ବର୍ଷ ବର୍ଷ ଧରି ନେତା, ମନ୍ତ୍ରୀ, ପ୍ରଶାସନ ଓ ଅଂଚଳରେ ଗଢିଉଠିଥିବା ଶିଳ୍ପ ସଂସ୍ଥା ମୁଖିଆ ମାନଙ୍କ ପାଖରେ ଗ୍ରାମବାସୀ ମାନେ ବାରମ୍ବାର ଅଭିଯୋଗ କରି ନୟାନ୍ତ ହେଲେଣି । ତେବେ ଗ୍ରାମବାସୀଙ୍କ ସମସ୍ୟା ସମାଧାନ ପାଇଁ ବିଜିଗୋଳ ପଂଚାୟତ ଲୋକପ୍ରତିନିଧଙ୍କ ପକ୍ଷରୁ ଅନୁଗୋଳ ଜିଲ୍ଲାପାଳ, ତାଳଚେର ଉପଜିଲ୍ଲାପାଳ, ଢେଙ୍କାନାଳ ଲୋକସଭା ସାଂସଦ, ତାଳଚେର ବିଧାୟକ, କଣିହାଁ ତହସିଲଦାର ଓ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ପଂଚାୟତ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା. ୨୭୦/୨୦୨୦ଗତ ସୋମବାର ବିଜିଗୋଳ ଶ୍ମଶାନଘାଟକୁ ସ୍ଥାୟୀ ରାସ୍ତା ସମ୍ବନ୍ଧରେ ଜଣାଇଛନ୍ତି । ୩ହଜାର ୪ଶହରୁ ଉଦ୍ଧ୍ୱର୍ ଜନସଂଖ୍ୟା ବିଶିଷ୍ଟ ବିଜିଗୋଳ ଗ୍ରାମରେ ଲୋକ ବାସକରନ୍ତି । କିନ୍ତୁ ଗାଁ ମୁଣ୍ଡରୁ ଶ୍ମଶାନ ଘାଟ ପ୍ରାୟ ୧କି.ମି. ରାସ୍ତା ଶୋଚନୀୟ ଅବସ୍ଥା ହୋଇ ପଡିରହିଛି । ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ଭର୍ତି ହୋଇଛି । ଉକ୍ତ ରାସ୍ତାଟି ସମଲ ବ୍ୟାରେଜର ଉପରମୁଣ୍ଡରେ ଅବସ୍ଥିତ ହୋଇଥିବା ଯୋଗୁ ମାସମାସ ଧରି ପାଣି ରହୁଛି । ଶବସକ୍ରାର ନିମନ୍ତେ ଗ୍ରାମବାସୀଙ୍କ ପାଇଁ ଏହା ଏକମାତ୍ର ସ୍ଥାନ । ଏଣୁ ଏଭଳି ସ୍ଥିତିରେ ଶବସକ୍ରାର ପାଇଁ ପୋଡଶି ଗ୍ରାମବାସୀଙ୍କ ଅନୁମତି ନେଇ ସେମାନଙ୍କ ଶ୍ମଶାନଘାଟ ଉପରେ ନିର୍ଭର କରିଥାନ୍ତି ଏବଂ ନିକଟରେ ପୋଡଶୀ ବାରଡାଙ୍ଗୁଆ ଗାଁର ଶବସକ୍ରାର କାର୍ଯ୍ୟ ଚାଲିଥିବା ବେଳେ ବିଜିଗୋଳ ଗାଁର ଶବସକ୍ରାର ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ଏସବୁ ଉଲ୍ଲେଖ କରି ପଂଚାୟତ ପକ୍ଷରୁ ସ୍ଥାନୀୟ ସରପଞ୍ଚ ଦୁଶାସନ ସାହୁ, ସମିତ ସଭ୍ୟା ବୀନତି ନାଏକ, ୱାଡସଭ୍ୟ/ସଭ୍ୟା ପି ସାହୁ, ଦିଷ୍ମନ୍ତ ସାହୁ ଓ କମଳିନୀ ସେଠି ପ୍ରମୁଖ ସ୍ଥାୟୀ ରାସ୍ତା ପାଇଁ ନିବେଦନ କରିଛନ୍ତି । କାରଖାନାର ସିଏସ୍ଆର କିମ୍ବା ଜିଲ୍ଲା ଖଣିଜ ପାଣ୍ଠି ଜରୀଆରେ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ଦାବୀ ହୋଇଛି ।