ପାଉଁସର ବିଷାକ୍ତ ବଳୟ ମଧ୍ୟରେ ଜୀବନ ଜିଉଁଛନ୍ତି କଣିହାଁ ବ୍ଲକବାସୀ

0

(ଅନୁଗୁଳ/ଜ୍ୟୋତିରଞନ ଧର) :: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ଅନ୍ତର୍ଗତ ଜେ.ଆଇ.ଟି.ପି.ଏଲ୍. ଏବଂ ସ୍ଥାନୀୟ ଏନଟିପିସି କଣିହାଁ ବିଦ୍ୟୁତ୍ ପ୍ରକଳ୍ପ ଡେରେଙ୍ଗସ୍ଥ ପାଉଁଶ ପୋଖରୀରୁ ସାମନ୍ୟ ପବନ ପ୍ରବାହିତ ହେଲେ ବ୍ଲକ୍ବାସୀଙ୍କୁ ଭୋଗୁଛନ୍ତ ଯମଯନ୍ତ୍ରଣା । କିଛି ବୁଝିବା ପୂର୍ବରୁ ନିମିଷକ ମଧ୍ୟରେ ପବନ ପ୍ରବାହିତ ହୋଇଥିଲା । ଫଳରେ ପାଉଁଶ ଗୁଣ୍ଡ ଉଡିବା ସମଗ୍ର ବ୍ଲକ୍ ଅଂଚଳ ପରିବେଶ ବିଷାକ୍ତ ବଳୟ ସୃଷ୍ଟି ହୋଇଥିଲା । ବ୍ଲକ୍ସ୍ଥିତ ଆଖପାଖ ଅଞ୍ଚଳର ଲୋକେ ଘରୁ ବାହାରିବାକୁ ଉଚିତ୍ ମନେ କରିନଥିଲେ । ବ୍ଲକର ପ୍ରାୟ ପ୍ରମୁଖ ଗ୍ରାମ ସହ ଏନ୍ଟିପିସି ଲକ୍ଷ୍ମୀବଜାର ଓ କଣିହାଁ ମାର୍କେଟ୍ ଉପରେ ଏହାର ବେଶ୍ ପ୍ରଭାବ ପଡିଥିଲା । ଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶତାଧିକ ପାଉଁଶ ଟ୍ରକ୍ ଚଳାଚଳ ବେଳେ ସଠିକ୍ ଭାବରେ ପାଣି ସିଙ୍ଚନ ନକରିବା, ପାଲ ଠିକ୍ ଭାବରେ ନଢାଙ୍କିବା ଯୋଗୁ ସେଥିରୁ ପାଉଁଶ ଧୂଳିକଣା ଉଡୁଛି । ଖାଲି ସେତିକି ନୁହେଁ ଏକାଧିକ ଟ୍ରକ୍ ରାସ୍ତା କଡରେ ପାଉଁସ ଖଲାସ କରି ମନଇଛା ପକାଇବା ଫଳରେ ସ୍ଥିତି ଏବେ ସଙ୍କଟ ଆଡକୁ ଗତି କଲାଣି । ସାମାନ୍ୟ ପବନ ବହିଲେ ବିଷାକ୍ତ ବିଷଳୟ ପରିବେଶ ସୃଷ୍ଠି ହୋଇଥିଲା । ରାସ୍ତା କଡରୁ ଉଡି ବିଷାକ୍ତ ଧୂଆଁମୟ ପରିବେଶ ସୃଷ୍ଠି ହୋଇଥିଲା । କିଛି ଭାବିବା ପୂର୍ବରୁ ସମଗ୍ର ପରିବେଶ ବିଷାକ୍ତ ପାଲଟିଥିଲା । ଫଳରେ ରାସ୍ତା, ଦୋକାନ ବଜାର ଶୂନଶାନ୍ ପାଲଟିଥିଲା । ସୂଚନାରୁ ପ୍ରକାଶ ଯେ, ପ୍ରକଳ୍ପର ପାଉଁଶ ପୋଖରୀରର ରକ୍ଷଣାବେକ୍ଷଣାରେ ପ୍ରକଳ୍ପ କର୍ତ୍ତୁପକ୍ଷଙ୍କ ଉଦାସୀନ ମନୋଭାବ ଯୋଗୁଁ ସାମାନ୍ୟ ପବନ ବହିଲେ ପାଉଁଶ ପୋଖରୀର ପ୍ରାୟ ୨୫କିଲୋମିଟର ପରିସରଭୂକ୍ତ ଇଲାକାରେ ପାଉଁଶ ଉଡି ବାୟୁମଣ୍ଡଳକୁ ପ୍ରଦୂଷିତ ଏବେ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଅନେକ ଥର ପ୍ରର୍ଦୂଷଣ ବିଭାଗ ଓ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଅଙ୍ଚଳବାସୀ ଏହାର ପ୍ରତିକାର ପାଇଁ ଦାବୀ ଆପତି କରିଆସୁଥିଲେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ ବୋଲି ଅଙ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ପ୍ରର୍ଦୁଷଣ ବିଭାଗୀୟ ଅଧିକାରୀ ନିଘୋଡ ନିଦ୍ରା ଶୋଇଛି ବୋଲି ବ୍ଲକ୍ବାସୀ ଅଭିଯୋଗ କରିଛନ୍ତି ।