ପୁରୀ: ଭକ୍ତଙ୍କୁ ବଣ୍ଟାଯିବ ଅର୍ପଣ ରଥ ମାଧ୍ୟମରେ ସଂଗୃହିତ ଚାଉଳରୁ ପ୍ରସ୍ତୁତ କାନିକା ଓ ଖେଚୁଡି । ଗାଁ ଗାଁରୁ ଆସିଥିବା ଚାଉଳର ମାନ ନିର୍ଦ୍ଧାରଣ କରାଯାଇ ଲଏହାକୁ ଶ୍ରୀମନ୍ଦିରରେ ଭୋଗ କରାଯିବ । ତେବେ ମାନ ନିର୍ଦ୍ଧାରଣ ନେଇ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଏହି କମିଟିରେ ସୁଆର, ମହାସୁଆର ନିଯୋଗ ସଦସ୍ୟ, ପରିଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ରହିଛନ୍ତି। ଅସନ୍ତା ରବିବାରଠାରୁ ମାନ ନିର୍ଦ୍ଧାରଣ ହୋଇଥିବା ଚାଉଳରେ ୩୦ ରୁ ୫୦ ହାଣ୍ଡି ଖେଚୁଡ଼ି ଭୋଗ କରାଯାଇ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯିବା ଦେଇ ସୂଚନା ରହିଛି ।
ସିଂହଦ୍ୱାର ବ୍ୟତିତ ତିନି ଦ୍ୱାରରେ ଭକ୍ତମାନଙ୍କୁ ପ୍ରତିଦିନ ଏହି ଖେଚୁଡ଼ି ଭୋଗ ବଣ୍ଟାଯିବ । ସେହିପରି ପ୍ରତି ୭ ଦିନରେ ଥରେ ବଂଟନ ବ୍ୟବସ୍ଥାର ଯାଂଚ କରାଯିବ ବୋଲି ସୁଆର ମହାସୁଆର ନିଯୋଗ ସଂପାଦକ ସୂଚନା ଦେଇଛନ୍ତି । ଏ ନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି।