ବାଲିପାଟଣା ( ବିଦ୍ୟାଭୂଷଣ ଭୋଳ ): ବାଗଲପୁର ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ଆଦର୍ଶ ୟୁଥ୍ ଫାଉଣ୍ଡେସନ ଟ୍ରଷ୍ଟର ସମସ୍ତ ସଦସ୍ୟଙ୍କ ସହାୟତାରେ ସ୍ଥାନୀୟ ମେଳଣ ପଡ଼ିଆରେ ଚଳିତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ମା’ କନକଦୁର୍ଗା ମହୋତ୍ସବ -୨୦୨୪ ଗତକାଲି ଉଦଯାପିତ ହୋଇଯାଇଅଛି। ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ କନକଦୁର୍ଗାଙ୍କ ଅପାର ମହିମା, କିମ୍ବଦନ୍ତୀକୁ ଉଜ୍ଜୀବିତ କରି ରଖିବା ସହ ମା’ ଙ୍କ ପୀଠର ପ୍ରଚାର ପ୍ରସାର ନିମନ୍ତେ ୨ଦିନ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ: ଅରବିନ୍ଦ ଢ଼ାଲି ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ବିଧୁଭୁଷଣ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ସମାଜସେଵୀ ରଞ୍ଜନ କୁମାର ମହାପାତ୍ର, ପ୍ରକୃତି ବନ୍ଧୁ ଦୀନବନ୍ଧୁ ଭୋଇ, ସାଂସଦ ପ୍ରତିନିଧି ପ୍ରଦୀପ୍ତ କୁମାର ମହାନ୍ତି, ବିଜେପି ନେତା ବିଜୟ ମହାରଣା, ସମସେବିକା ଅମୀୟବାଳା ପରିଡ଼ା,ବାଲିପାଟଣା ପ୍ରେସ କ୍ଲବ୍ ସଭାପତି ଦିଲ୍ଲୀପ ଓଝା, ସମାଜସେବୀ କୈଳାସ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗ ଦେଇଥିଲେ।ଉଦ୍ଘାଟନୀ ସନ୍ଧ୍ୟାରେ ଦାରୁଦିଅଁ ଭଜନ ସନ୍ଧ୍ୟା ଓ ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା।
ସେହିଭଳି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବାଲିପାଟଣା ବ୍ଲକ୍ ବିଜେଡି ସଭାପତି କିଶୋର ଜେନା,ସମ୍ମାନିତ ଅତିଥି ଭାବେ ତୁରିନ୍ତିରା ଗ୍ରାମପଂଚାୟତର ସରପଂଚ ମିତାରାଣୀ ମଲ୍ଲିକ, ଶିକ୍ଷାବିତ୍ ନାରାୟଣ ବେହେରା, ଶିଶୁଅନନ୍ତ ପ୍ରେସକ୍ଲବ ସଭାପତି ବିଦ୍ୟାଭୂଷଣ ଭୋଳ, ସମାଜସେବୀ ସୁକାନ୍ତ କୁମାର ମହାନ୍ତି, ନାରୀନେତ୍ରୀ ପଦ୍ମିନୀ ଦାଶ, ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଗ୍ରାମୀଣ ପରିବେଶରେ ରୂପ ରଙ୍ଗରେ ସଜ୍ଜିତ କରି ମା ‘ କନକଦୁର୍ଗାଙ୍କ ଆର୍ବିର୍ଭାବ ଓ ମହିମା ବିଷୟରେ ପ୍ରଚାର ପ୍ରସାରିତ କରିଥିବାରୁ ଆୟୋଜକ ମାନଙ୍କୁ ଧନ୍ୟବାଦ ଦେଇଥିଲେ। କିମ୍ବଦନ୍ତୀ ଅନୁସାରେ ମା ‘ କନକଦୁର୍ଗା ପୁରୀ ଗଜପତିଙ୍କ ଠାକୁରାଣୀ ହୋଇଥିବା ବେଳେ ବାଗଲପୁର ର କେଉଁ ପୁରାତନ କାଳ ରୁ ପୂଜା ପାଇଁ ଆସୁଛନ୍ତି। ଏହି ଉତ୍ସବରେ ଅଞ୍ଚଳର ବହୁ ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର,ବୃକ୍ଷ ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଟ୍ରଷ୍ଟ ପକ୍ଷରୁ ମା’ଙ୍କ ପୀଠର ଉନ୍ନତିକରଣ ପାଇଁ ଜୟଦେବ ବିଧାୟକଙ୍କ ନିକଟରେ ଅନୁରୋଧ କରାଯାଇଥିଲା। ଅନୁରୋଧ ସମୁହକୁ ପୂରଣ କରିବା ପାଇଁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ଉଦଯାପନୀ ସନ୍ଧ୍ୟାରେ ଖୋର୍ଦ୍ଧାରୁ ଆସିଥିବା ମା ‘ ମଙ୍ଗଳା ପାଇକ ଆଖଡ଼ା ଏବଂ ଗ୍ରାମର କୁନିକୁନି ପିଲାଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ଥିଲା। ଆଦର୍ଶ ୟୁଥ୍ ଫାଉଣ୍ଡେସନ ଟ୍ରଷ୍ଟର ଅଧକ୍ଷ ପ୍ରଳୟ କୁମାର ଦାସ ସ୍ବାଗତ ଭାଷଣ ଦେଇଥିଲେ। ସାମ୍ବାଦିକ ଆଶୁତୋଷ ଚୌଧୁରୀ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାକେଶ କୁମାର ନାୟକ , ଗୁରୁ ପ୍ରସାଦ ଦାସ,ମଳୟ କୁମାର ଦାସ,ସୁଶାନ୍ତ କୁମାର ନାୟକ,ନିକୁଞ୍ଜ ବିହାରୀ ଦାସ,ଲକ୍ଷ୍ମଣ ସାହୁ,ଗୋବିନ୍ଦ ଚନ୍ଦ୍ର ଦାସ,ମଧୁସୂଦନ ଦାସ,ନୀଳାଦ୍ରି ବିହାରୀ ଦାସ,ମନୋଜ ବେହେରା, ସତ୍ୟଜିତ ପ୍ରହରାଜ,ବିଶ୍ୱଜିତ ପ୍ରହରାଜ,ବିଶ୍ୱଜିତ ଦାସଙ୍କ ସହ ଟ୍ରଷ୍ଟର ଅନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।