ଭଦ୍ରକ : ପୁଣି ଟ୍ରେନରେ ଲାଗିଲା ନିଆଁ । ଭଦ୍ରକ ରମ୍ଭିଲା ନିକଟରେ ଭଦ୍ରକ କନ୍ୟାକୁମାରୀ -ଦିବ୍ରୁଗଡ ବିବେକ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ବ୍ରେକ ବାଇଣ୍ଡିଂ ଯୋଗୁଁ ନିଁଆ ଲାଗିଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଚରମ୍ପା ଷ୍ଟେସନ ପାର୍ କରିବା ପରେ ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଲାଗିଥିବା ଜଣାଯାଇଛି। ରାଣିତାଲ ନିକଟରେ ଧୂଆଁ ବାହାରିବାର ଦେଖିବାକୁ ପାଇଥିଲେ ଲୋକେ। ରମ୍ଭିଳା ନିକଟରେ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍ରେ ବ୍ରେକ ବାଇଣ୍ଡିଂରୁ ଟ୍ରେନ୍ରେ ନିଆଁ ଲାଗିଥିବା ସୂଚନା ରହିଛି। ତେବେ ରେଳବାଇ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ଏହାଫଳରେ ପ୍ରାୟ ୨୦ ମିନିଟ୍ ବିଳମ୍ବରେ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍ ଛାଡ଼ିଥିଲା। ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି ଏବଂ ବିଶେଷ କ୍ଷୟକ୍ଷତି ଘଟିନଥିବା କୁହାଯାଉଛି।