ଟିମ୍ ରେ ଧୋନିଙ୍କ ଯୋଗଦାନକୁ ନେଇ କପିିଲ ଦେବ କହିଥିଲେ କିଛି ଏପରି କଥା

0

(ରିପୋର୍ଟସ ଟୁଡେ): ସୋମବାର ଦିନ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ କପିଲ ଦେବ କହିଥିଲେ ଏମ୍ ଏସ୍ ଧୋନି ବହୁତ ଭଲ କାମ କରିଛନ୍ତି ଏବଂ ଲୋକ ତାଙ୍କଠାରୁ ଭୁୁଲ ଆଶା କରୁଛନ୍ତି । କପିଲ ଦେବ ଗଣମାଧ୍ୟମକୁ କହିଥିଲେ, ‘ମୋ ଜିନ୍ତାଧାରା ଅନୁସାରେ ଲୋକମାନେ ଧୋନିଙ୍କ ଠାରୁୁ ଏହି ଆଶା ରଖୁଛନ୍ତି କି ଧୋନି ୨୦ ବର୍ଷର ବ୍ୟାଷ୍ଟ୍ ମ୍ୟାନ୍ ପରି ଖେଳନ୍ତୁ । ଧୋନି ଯାହା ବି କରିଛନ୍ତି, ତାହା ବହୁତ ଭଲ ଅଟେ । କିନ୍ତୁ ମୋତେ ଲାଗୁଛି କି ଆମେ ଆଶା କରୁୁଛେ ଧୋନି ସେହିଭଳି ଖେଳନ୍ତୁ, ଯେପରି ୨୦ ବା ୨୫ ବର୍ଷ ବୟସରେ ଖେଳୁଥିଲେ, ଯାହା କେବେ ହୋଇପାରିବ ନାହିଁ । କପିଲ ଆହୁୁୁରି ମଧ୍ୟ କହିଥିଲେ, ‘ଧୋନିଙ୍କ ପାଖରେ ଅନୁଭବ ଅଛି । ଯଦି ସେ ନିଜର ଅନୁଭବରେ ଟିମ୍ କୁ ସାହାଯ୍ୟ କରୁଛନ୍ତି ତେବେ ତାହା ଭଲ କଥା । କିନ୍ତୁ ସମସ୍ତଙ୍କୁ ବୁଝିବାକୁ ପଡିବ କି ମାହି ଏବେ ୨୦ ବର୍ଷର ନୁୁହଁନ୍ତି, କି ସେ ଆଉଥରେ ୨୦ ବର୍ଷର ହୋଇପାରିବେ ନାହିଁ । ଏଥିପାଇଁ ସେ ଯାହା ବି କରୁଛନ୍ତି, ଯଦି ସେ ନିଜକୁ ଉପଲବ୍ଧ କରୁଛନ୍ତି ଏବଂ ଭଲ ଖେଳୁଛନ୍ତି ଟିମ୍ ପାଇଁ ଏହା ବଡ ସମ୍ପତି ଅଟେ । ତାଙ୍କର ଫିଟନେସ୍ ମହତ୍ୱପୂର୍ଣ୍ଣ ଅଟେ ଏବଂ ମୁଁ ପ୍ରାର୍ଥନା କରୁଛି ସେ ଅଧିକରୁ ଅଧିକ ମ୍ୟାଚ୍ ଖେଳନ୍ତୁ ।’

ଧୋନି ଏବେ ବ୍ରେକରେ ଅଛନ୍ତି । ସେ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ୱାନ୍-ଡେ ସିରିଜ୍ ଖେଳିବାର ଦେଖାଦେବେ । ଧୋନି ଏବେ କିଛି ସମୟ ହେଲା ଖରାପ ପ୍ରଦର୍ଶନ ଯୋଗୁୁଁ ଆଲୋଚକଙ୍କ ନଜରରେ ରହିଛନ୍ତି । ତାଙ୍କୁ ଟିମ୍ ରୁ ବାହାର କରି ନୂତନ ଯୁବକମାନଙ୍କୁ ସୁଯୋଗ ଦେବା କଥା ଯୋର ଧରିଛି । ପୂର୍ବ ବିଶ୍ୱ ବିଜେତା କ୍ୟାପଟେନ୍ କପିଲ ଦେବଙ୍କ କଥା ଧୋନିଙ୍କ ଫେନ୍ସ୍୍ଙ୍କୁ ନିଶ୍ଚିତ ଖୁସି ମିଳିବ । ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା କ’ଣ ଟିମ୍ ଇଣ୍ଡିଆକୁ କୋଚିଙ୍ଗ୍ ଦେବାକୁ ରବି ଶାତ୍ରୀ ଆଦର୍ଶ ବ୍ୟକ୍ତି ଅଟନ୍ତି ? ଏହା ଉପରେ ପୂର୍ବ ତନ କ୍ୟାପଟେନ୍ କହିଥିଲେ, ‘ଯଦି କ୍ୟାପଟେନ୍ ଏବଂ ଟିମ୍ ଖୁୁସି ଅଛନ୍ତି ତେବେ ଆମେ କାହିଁକି କାହା ଉପରେ ପ୍ରଶ୍ନ ଉୁଠାଇବା ? ମୋତେ ସେହି ପ୍ରଶ୍ନର ଉତ୍ତର ଦେବାକୁ ଠିକ୍ ଲାଗେ ନାହିଁ, ଯାହା ସେହି ସମ୍ବନ୍ଧର ନ ହୋଇଥିବ । ମୋତେ ଜବାବ୍ ଦେବା ଏଥିପାଇଁ ବି ପସନ୍ଦ ନୁହେଁ କାରଣ ମୋତେ ଜଣା ନଥ୍ଧଶ କି କ’ଣ ହେଉଛି । ଯଦି ଟିମ୍ ଖୁୁସି ଅଛି ଏବଂ ଭଲ ପ୍ରଦର୍ଶନ କରୁଛି ତେବେ ତାଙ୍କୁୁ ଶୁୁଭକାମନା ଦେଇଥାଏ ।’