ପୁଣି ଏକାଠି ହୋଇ ପାରନ୍ତି କପିଲ ଓ ସୁନୀଲ

0

ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ପୁଣି ଲୋକପ୍ରିୟ ଟେଲିଭିଜନ କମେଡି ଶୋ ‘ ଦି କପିଲ ଶର୍ମା ସୋ ‘କୁ ଫେରି ପାରନ୍ତି ମସୁର ଗୁଲାଟି ତଥା ସୁନୀଲ ଗ୍ରୋଭର । ତାଙ୍କର ଏକ ଟୁଇଟରକୁ ନେଇ ଏଭଳି ଅନୁମାନ କରାଯାଉଛି । ପୂର୍ବରୁ ସୁନୀଲ କପିଲଙ୍କ ସହିତ ଦ କପିଲ ଶର୍ମା ସୋରେ କାମ କରି ସାରିଛନ୍ତି । ସୋରେ କୌଣସି ସାମାନ୍ୟ କଥାକୁ ନେଇ କପିଲ ଓ ସୁନୀଲଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା । ତାପରେ ସୁନୀଲ ସୋ ଛାଡି ଦେଇଉଥିଲେ । ସୋରେ ସୁନୀଲ ରିଙ୍କୁ ଭାବି ଓ ମସୁର ଗୁଲାଟି ଚରିତ୍ରରେ ବହୁ ଚର୍ଚ୍ଚିତ ଥିଲେ । ହେଲେ ଏବେ ସୁନୀଲଙ୍କ ଏକ ଟୁଇଟ ପାଇଁ ସେ ପୁଣି ଥରେ ସୋକୁ ଫେରିବା ନେଇ ଚର୍ଚ୍ଚା ଧରିଛି । ଟୁଇଟ ସୁନୀଲ ଲେଖିଛନ୍ତି ‘ ସବୁକିଛି ମିଳିଯାଏ, କିଛି ବି ସବୁ ଦିନ ପାଇଁ ରହେ ନାହିଁ, ସବୁବେଳେ ଅନ୍ୟମାନଙ୍କ ପାଖରେ କୃତଜ୍ଞ ରୁହ, ଏହା ମୂଳମନ୍ତ୍ର, ଆଉ ହଁ ଖୁବ ହସ ’ । ଏହି ଫଳରେ ସେ ପୁଣି ସେକୁ ଫେରୁଥିବା ନେଇ ଚର୍ଚ୍ଚା ଧରିଛି ।