ଆଜି ଡିଏ ଚନ୍ଦ୍ରଚୁଡଙ୍କ ଥିଲା ଶେଷ କାର୍ଯ୍ୟ ଦିବସ

0

ଆସନ୍ତା ନଭେମ୍ବର ୧୦ ତାରିଖରେ ଅବସର ନେବେ ସି ଜେ ଆଇ ଚନ୍ଦ୍ରଚୁଡ । ତେବେ ଆଜି ଅର୍ଥାତ ଶୁକ୍ରବାର ତାଙ୍କର ଶେଷ କାର୍ୟ୍ୟ ଦିବସ ଥିଲା । ତାଙ୍କ ବିଦାୟ ପାଇଁ ଏକ ଆନୁଷ୍ଠାନିକ ବେଞ୍ଚ ବସିଥିଲା । ଏହା ଲାଇଭ୍ ଷ୍ଟ୍ରିମିଡ୍ ହୋଇଥିଲା ଏହି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା, ଏଶସଜି ଏନ ଭେଙ୍କଟରମଣ,ବରିଷ୍ଠ ଅଡଭୋକେଟ କପିଲ ଶର୍ମାଙ୍କ ସମେତ ଅନେକ ବରିଷ୍ଠ ଆଡଭୋକେଟ ଉପସ୍ଥିତ ରହିଥିଲେ । ସମସ୍ତେ ଡିଏ ଚନ୍ଦ୍ରଚୁଡଙ୍କ ସହ ବିତାଇଥିବା ମୁହୁର୍ତ୍ତକୁ ମନେ ପକାଇଥିଲେ । ସିଂହଭି ଜଷ୍ଟିସ ଚନ୍ଦ୍ରଚୁଡଙ୍କ ୟଙ୍ଗ ଲୁକର ରହସ୍ୟ ପଚାରିଥିଲେ । ଏବଂ ଅନ୍ୟ ଜଣେ ତାଙ୍କ ସହ ଲଞ୍ଚ ପାଇଁ ଇଚ୍ଛା ପକାଶ କରିଥିଲେ ।

ସେହିପରି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ତୁମେ ନ୍ୟାୟ ଦେବାରେ ସମ୍ପୂର୍ଣ୍ଣ ନିରପେକ୍ଷତା ପ୍ରଦର୍ଶନ କରିଛ। ଆମେ ତୁମ ସାମ୍ନାରେ କେବେ ବି ଦ୍ୱିଧା କରୁନାହୁଁ । ତୁମେ ସବୁବେଳେ ପରିବାରର ନେତା ଭାବରେ ଛିଡା ହୋଇଥିଲ । ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି ଯେ ଆମେ ତୁମକୁ ସବୁବେଳେ ମନେ ରଖିବୁ ।ଜଣେ ବିଚାରପତି ଭାବରେ ତୁମର ଆଚରଣ ଆଦର୍ଶ ଥିଲା ।

ତେବେ ଡି ଓ୍ବାଇ ଚନ୍ଦ୍ରଚୂଡ। ତାଙ୍କ ଶେଷ ଦିନରେ ସେ କିଛି ବିଶେଷ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ଆଜି ଶେଷ ଦିନରେ ଅନୁଭବ କରୁଛି ଯେ ମୁଁ ଆଉ ମୁଖ୍ୟ ବିଚାରପତି ନାହିଁ। କାଲିଠାରୁ ମୁଁ ଆଉ ନ୍ୟାୟ ଦେଇପାରିବି ନାହିଁ। କିନ୍ତୁ ଏତିକିରେ ସନ୍ତୁଷ୍ଟ ଅଛି।
ମିଚ୍ଛାମି ଦୁଖଦମ୍’ ଉଦ୍ଧୃତ କରି ସେ କହିଛନ୍ତି ଯେ, ଯଦି ମୁଁ କୋର୍ଟରେ କାହାକୁ ଅପମାନିତ କରିଥିବି, ଦୟାକରି ମୋତେ ଏଥିପାଇଁ କ୍ଷମା କରଦେବେ। ମିଚ୍ଛାମି ଦୁଖଦମର ଅର୍ଥ ହେଉଛି ମୋର ସମସ୍ତ ଭୁଲ କ୍ଷମା କରାଯାଉ। ତେବେ ଶେଷ ମୁହୁର୍ତ୍ତରେ ଆଇନଜୀବୀ ତଥା ବାର୍ ସଦସ୍ୟମାନେ ଏକତ୍ରିତ ହୋଇ ପ୍ରଧାନ ବିଚାରପତିଙ୍କୁ ନ୍ୟାୟପାଳିକାର “ରକ ଷ୍ଟାର୍” ବୋଲି କହିଥିଲେ। ନଭେମ୍ବର ୧୧ରେ ଚନ୍ଦ୍ରଚୂଡଙ୍କ ଉତ୍ତରାଧିକାରୀ ତଥା ଭାରତର ୫୧ତମ ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଶପଥ ନେବେ।