ପୁନେ ପୋଲିସକୁ ସାଲ୍ୟୁଟ କଲେ ବଲିଉଡର ବେବୋ

ନିକଟରେ ଜେଜେ ରାଜ କପୁରଙ୍କ ଗୀତରେ କରୋନା ସେଚତନତା ବାର୍ତ୍ତା ଦିଆଯାଉଥିବା ଦେଖି ସେ ପୁଣି ତାଙ୍କୁ ମନେ ପକାଇଛନ୍ତି।

0

(ମୁମ୍ବାଇ) : ବଲିଉଡର ବେବୋ ଓରଫ କରୀନା କପୁର। ଏବେ ନିକଟରେ ଜେଜେ ରାଜ କପୁରଙ୍କ ଗୀତରେ କରୋନା ସେଚତନତା ବାର୍ତ୍ତା ଦିଆଯାଉଥିବା ଦେଖି ସେ ପୁଣି ତାଙ୍କୁ ମନେ ପକାଇଛନ୍ତି। ନିକଟରେ ପୁଣେ ପୁଲିସ କରୋନା ସଚେତନତା ପାଇଁ ଏକ ନିଆରା ଉପାୟ ଆପଣାଇଛି। ଦିବଙ୍ଗତ ଅଭିନେତା ରାଜ କପୁରଙ୍କ ଫିଲ୍ମ ‘ମେରା ନାମ ଜୋକର’ରୁ ପ୍ରେରିତ ହୋଇ ଆରମ୍ଭ କରିଛି କ୍ୟାମ୍ପେନ।

ସୂଚନାନୁଯାୟୀ , ରାଜ କପୁରଙ୍କ ଗୀତ ଗାଇ ଲୋକଙ୍କୁ ମାସ୍କ ପିନ୍ଧିବା ସହ କରୋନାକୁ ହଲକାରେ ନ ନେବା ପାଇଁ କହୁଛି ପୁଲିସ। ‘ ଏ ଭାଇ ଜରା ଦେଖ କେ ଚଲୋ…’ ଗୀତଟିକୁ ପୁଲିସ ଏକ ଭିନ୍ନ ଟ୍ୱିଷ୍ଟ ସହ ଗାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଏବେ କରୀନା ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। କ୍ୟାପସନ୍‌ରେ କରୀନା ଲେଖିଛନ୍ତି, ‘ଅଦ୍ଭୁତ ଭିଡିଓ।’ ଏଥିସହ ପୁନେ ପୋଲିସକୁ ସେ ସାଲ୍ୟୁଟ ମଧ୍ୟ କରିଛନ୍ତି। ତାଳି ମାରିବା ଇମୋଜି ଦେଇ #ରାଜ କପୁର ଲେଖିଛନ୍ତି।