( ସୁରେଶ କୁମାର ସାମନ୍ତରାୟ/ ବୋଲଗଡ଼ା ) : ବୋଲଗଡ ବ୍ଳକ ଅନ୍ତର୍ଗତ ପାଟପୁରଶାସନ ଗ୍ରାମ ର କର୍ମଭୂମି ଫାଉଣ୍ଡେସନ ପକ୍ଷରୁ କଳିଙ୍ଗ ରତ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏ ହି କାର୍ୟ୍ୟକ୍ରମ ରେ ଆଖପାଖ ଅଞ୍ଚଳର ଯୁବ ପ୍ରତିଭାମାନେ ଅଶଂ ଗ୍ରହଣ କରିଥିଲେ । ଗ୍ରାମାଞ୍ଚଳ ରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ବିଷୟରେ ପ୍ରତିଭା ଯଥା ପ୍ରବନ୍ଧ ସଂସ୍କୃତଭାଷାର ଶୋକ୍ଳ ସଂଗୀତ ରେ ଚେତନା ସୃଷ୍ଟି କରିବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କର୍ମଭୂମି ଫାଉଣ୍ଡେସନ ସମ୍ପାଦକ କହିଥିଲେ ।ପରିଶେଷରେ ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ହାସଲ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ଫାଉଣ୍ଡେସନ ପକ୍ଷରୁ ସ୍ୱର୍ଣ୍ଣ ପଦକ ସହ ପୁରସ୍କାର ପ୍ରଦାନ କରାଯାଇଥିଲା ।ଏହି ପରି ନିଆରା କାର୍ୟ୍ୟକ୍ରମ କୁ ଗ୍ରାମବାସୀ ମାନେ ଭୂୟସୀ ପ୍ରଶଂସା କରିବା ସହ କର୍ମଭୂମି ଫାଉଣ୍ଡେସନ ସାଧୁବାଦ ଜଣାଇଥିଲେ ।