ବିଧାନସଭାରେ ହାଇଭୋଲଟେଜ୍ ଡ୍ରାମା । ବିଧାନସଭାକୁ ବେଡରୁମ୍ କରିଦେଲେ ବିଧାୟକ । ଭଜନ,କୀର୍ତ୍ତନ କରିବା ସହ ଭିତରେ ତକିଆ କମ୍ବଳ ପକାଇ ଶୋଇଲେ ବିଧାୟକ । କର୍ଣ୍ଣାଟକ ବିଧାନସଭାରେ ଏଭଳି କିଛି ଦୃଶ୍ୟ ଦେଖିବାପାଇଁ ମିଳିଛି । ‘MUDA’ ପ୍ରସଙ୍ଗକୁ ନେଇ ଗତକାଲି ବିଜେପି ବିଧାୟକମାନେ ଏଭଳି ଢଙ୍ଗରେ ଧାରଣା ଦେଇଛନ୍ତି । ତେବେ ବିଧାନସଭାରେ ହୋଇଥିବା ହଙ୍ଗାମା ଯୋଗୁଁ ପ୍ରକ୍ରିୟାକୁ ଜୁଲାଇ ୨୫ ଯାଏ ସ୍ଥଗିତ ରଖାଯାଇଛି ।
MUDA ପ୍ରସଙ୍ଗରେ ଆଲୋଚନା ପାଇଁ ମୁଲତବୀ ନୋଟିସ୍ ଦେଇଥିଲେ ବିଜେପି ସଦସ୍ୟ। ହେଲେ ସରକାର ଏଥିରେ ଆଲୋଚନା ନ କରି ଗୃହକୁ ଅନିଦ୍ଧିଷ୍ଟକାଳ ଯାଏଁ ମୁଲତବୀ ଘୋଷଣା କରିଛନ୍ତି। ଏହି ଘଟଣାକୁ ବିରୋଧ କରି ଗତକାଲିଠୁ କର୍ଣ୍ଣାଟକ ବିଧାନସଭାରେ ଆନ୍ଦୋଳନରେ ବସିଛନ୍ତି ବିଜେପି ବିଧାୟକ।
#WATCH | Karnataka BJP MLAs seen carrying pillows and blankets inside the State Assembly and having their dinner here as they continue their dharna in the House tonight and stay the night.
State Assembly adjourned till tomorrow, 25th July. The BJP MLAs are demanding discussion… pic.twitter.com/b0IumC68gt
— ANI (@ANI) July 24, 2024
ବିରୋଧୀ ଦଳ ନେତା ଆର ଅଶୋକ କହିଛନ୍ତି, ‘କଂଗ୍ରେସରେ ୧୩୬ ଜଣ ବିଧାୟକ ଅଛନ୍ତି। ଯେତେବେଳେ ଆମେ ‘MUDA’ ଦୁର୍ନୀତିରେ ୪୦୦୦ କୋଟି ଟଙ୍କା ଲୁଟ୍ ନେଇ ଏକ ସ୍ଥଗିତାଦେଶ ଆଣିଥିଲୁ, ସେତେବେଳେ ସରକାର ଭୟଭୀତ ହୋଇ ଆଲୋଚନାରୁ ଦୂରେଇ ଯାଉଛନ୍ତି। ସେ ବିନା ଆଲୋଚନାରେ ଫାଇନାନ୍ସ ବିଲ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରିଛନ୍ତି।
MUDA’ ‘ସ୍କାମ’ର ଯାଂଚ ପାଇଁ ଦାବି
ସାମାଜିକ କାର୍ଯ୍ୟକର୍ତ୍ତା ସ୍ନେହାମୋୟୀ କୃଷ୍ଣ ମାଇସୋରର ବିଜୟାନଗର ପୋଲିସ ଷ୍ଟେସନରେ ଏହି ଘୋଟାଲା ନେଇ ଅଭିଯୋଗ କରିଥିଲେ। ଏହି ବିବାଦର ତଦନ୍ତ ଦାବି କରି ସେ କର୍ଣ୍ଣାଟକର ରାଜ୍ୟପାଳ, ମୁଖ୍ୟ ଶାସନ ସଚିବ ତଥା ରାଜସ୍ୱ ବିଭାଗର ମୁଖ୍ୟ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି। ସେ ଅଭିଯୋଗ କରିଛନ୍ତି, ମୈଶୁର ଜିଲ୍ଲା କଲେକ୍ଟର ତଥା ଅନ୍ୟ ସରକାରୀ କର୍ମଚାରୀ ତଥା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ତାଙ୍କ ପତ୍ନୀ ପାର୍ବତୀ, ଶଳା ମଲ୍ଲିକାର୍ଜୁନା, ଡେପୁଟି କମିଶନର, ତହସିଲଦାର, ସବ୍ ରେଜିଷ୍ଟ୍ରାର ଏବଂ ଗଟଊଇ ର କିଛି ଅଧିକାରୀ ଜମି ଆବଣ୍ଟନ ସ୍କାମରେ ଜଡିତ ଅଛନ୍ତି।