ଫିଲ୍ମ ‘୭୭୭ ଚାର୍ଲି’ଦେଖି ମୁଖ୍ୟମନ୍ତ୍ରୀଙ୍କ ଆଖିରୁ ଝରିଗଲା ଲୁହ
ଜୁନ୍ ୧୦ ରେ କନ୍ନଡ ଫିଲ୍ମ ‘୭୭୭ ଚାର୍ଲି’ରିଲିଜ ହୋଇଛି
(କର୍ଣ୍ଣାଟକ) : ଜୁନ୍ ୧୦ ରେ କନ୍ନଡ ଫିଲ୍ମ ‘୭୭୭ ଚାର୍ଲି’ରିଲିଜ ହୋଇଛି । ତେବେ ଏହି କନ୍ନଡ ଫିଲ୍ମ ‘୭୭୭ ଚାର୍ଲି’ ବକ୍ସ ଅଫିସରେ ଭଲ କଲେକ୍ସନ୍ କରୁଛି। ତେବେ ଏହି ଫିଲ୍ମଟି ଲୋକଙ୍କ ପଜିଟିଭ୍ ପ୍ରତିକ୍ରିୟା ପାଉଛି। ବର୍ତ୍ତମାନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭାରାଜ ବୋମ୍ମଇ ମଧ୍ୟ ଏହି ଫିଲ୍ମକୁ ଦେଖିଛନ୍ତି। ଯାହା ପରେ ସେ ଭାବପ୍ରବଣ ହୋଇଯାଇଛନ୍ତି। କର୍ଣ୍ଣାଟକ ସିଏମଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଫିଲ୍ମ ‘୭୭୭ ଚାର୍ଲି’ରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଥିବା ସମ୍ପର୍କର ସୁନ୍ଦର କାହାଣୀ ଚିତ୍ରିତ ହୋଇଛି। ଏହି କାହାଣୀ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ହୃଦୟକୁ ଛୁଇଁଛି। ନିକଟରେ ମୁଖ୍ୟମନ୍ତ୍ରୀ ବସଭାରାଜ ବୋମ୍ମଇଙ୍କ ପାଇଁ ଫିଲ୍ମର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ରଖାଯାଇଥିଲେ।
We run out of words to express our gratitude. We are beyond grateful to see Shri. @BSBommai , honourable Chief Minister of Karnataka accept our film with so much love ✨♥️ pic.twitter.com/cTqL8zWBbb
— 777 Charlie (@777CharlieMovie) June 14, 2022
ସୂଚନାନୁଯାୟୀ , ଏହି ଫିଲ୍ମ ଦେଖିବା ପରେ ମୁଖ୍ୟମନ୍ତ୍ରୀଙ୍କ ଆଖିରେ ଲୁହ ଝରିଗଲା। ଏହି ସମୟର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ‘୭୭୭ ଚାର୍ଲି’ର ଟ୍ୱିଟର ଆକାଉଣ୍ଟରୁ ସେୟାର କରାଯାଇଛି। ଭିଡିଓରେ ଦେଖାଯାଇଛି ମୂଖ୍ୟମନ୍ତ୍ରୀ ଥିଏଟରରେ ବସିଛନ୍ତି। କିଛି ସମୟ ପରେ ସେ ଆଖିରୁ ଲୁହ ପୋଛୁଥିବାର ଦେଖାଯାଇଛି। ସେ ଲୁହ ଭରା ଆଖିରେ ସିନେମା ହଲରୁ ବାହାରକୁ ଆସିଥିବା ଦେଖାଯାଇଛି।