ଦଳାଚକଟାରେ ମୃତ୍ୟୁ ପାଇଁ ଦାୟି ଆରସିବି ଏବଂ ବିସିସିଆଇ

0

ଆରସିବିର ବିଜୟ ଉସôବ ପାଳନ ପାଇଁ ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ହୋଇଥିବା ଦଳାଚକଟା ମାମଲାରେ କର୍ଣ୍ଣାଟକ ସରକାର ବୁଧବାର ବଡ ବୟାନ ଦେଇଛନ୍ତି । ଶୁଣାଣି ସମୟରେ ଆଡଭୋକେଟ୍ ଜେନେରାଲ ଶଶି କିରଣ ଶେଟ୍ଟି ମାମଲାରେ ସିଧାସଳଖ ବିସିସିଆଇ ଓ ଆରସିବିକୁ ଦୁର୍ଘଟଣା ପାଇଁ ଦାୟି କରିଛନ୍ତି । ଶଶି କିରଣ ଶେଟ୍ଟି କୋର୍ଟରେ କହିଛନ୍ତି ଯେ ଇଭେଣ୍ଟ ପାଇଁ କୈାଣସି ଅନୁମତି ଦିଆଯାଇନଥିଲା । ହେଲେ ଆୟୋଜକ ମାନେ ସୋସିଆଲ ମିଡିଆ ମାଧ୍ୟମରେ ସାରା ବିଶ୍ୱକୁ ନିମନ୍ତ୍ରଣ କରିଦେଇଥିଲେ । ଏହି କଥା ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ କୋର୍ଟରେ ୪ ଜଣଙ୍କ ଆବେଦନର ଶୁଣାଣି ହୋଇଛି, ଯେଉଁଥିରେ ଆରସିବି ମାର୍କେଟିଂ ହେଡ ନିଖିଲ ସୋସାଲେ ମଧ୍ୟ ସାମିଲ ଅଛନ୍ତି। ଏମାନେ ସେମାନଙ୍କ ଗିରଫଦାରୀକୁ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଏହି ମାମଲାରେ ହାଇକୋର୍ଟ ଜଜ୍ ଏସ୍.ଆର.କୃଷ୍ଣ କୁମାରଙ୍କ ଏକକ ବେଞ୍ଚ ଶୁଣାଣି କରିଛନ୍ତି।


ଇଭେଣ୍ଟ ଆୟୋଜକ କମ୍ପାନୀ ମେସର୍ସ ଡିଏନଏ ଏଣ୍ଟରଟେନମେଣ୍ଟ ନେଟୱାର୍କସ୍ ପ୍ରାଇଭେଟ୍ ଲିମିଟେଡର ସୁନୀଲ ମାଥ୍ୟୁ, କିରଣ କୁମାର ଏସ୍ ଏବଂ ଶମନ୍ଥ ଏନ ପି ମାଭିନାକେରଙ୍କ ଦ୍ୱାରା ଦାଖଲ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ମଧ୍ୟ କୋର୍ଟ ଆଦେଶ ସଂରକ୍ଷିତ ରଖିଛନ୍ତି।
ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ଆଡଭୋକେଟ ଜେନେରାଲ ଶଶି କିରଣ ସେଟ୍ଟି କହିଛନ୍ତି ଆରସିବି ମେ ୨୯ ତାରିଖ ଦିନ ପଞ୍ଜାବ ବିରୋଧରେ ମ୍ୟାଚ୍ ଜିତିଥିଲା ଓ ସେମାନେ ଜାଣିଥିଲେ ଫାଇନାଲକୁ ଯାଉଛନ୍ତି। ଏହା ସତ୍ତ୍ୱେ ସେମାନେ ନା ବିଜୟ ଶୋଭାଯାତ୍ରା ପାଇଁ ଅନୁମତି ନେଇଥିଲେ ନା ଷ୍ଟାଡିୟମରେ ବିଜୟ ଉତ୍ସବ ପାଳନ ପାଇଁ ଅନୁମତି ମାଗିଥିଲେ।

ଆଡଭୋକେଟ ଜେନେରାଲ କହିଛନ୍ତି ଯେ ଜୁନ ୩ ତାରିଖ ଦିନ ମ୍ୟାଚ୍ ଆରମ୍ଭ ହେବାର ମାତ୍ର ଘଣ୍ଟାକ ପୂର୍ବରୁ ଆୟୋଜକ ପ୍ରଶାସନକୁ ଏକ ଚିଠି ପଠାଇଥିଲେ। ଏହି ଚିଠିରେ ବିଜୟ ଶୋଭାଯାତ୍ରା ଯୋଜନା ସମ୍ପର୍କରେ କେବଳ ସୂଚିତ କରିଥିଲେ ଏଥି ପାଇଁ ଅନୁମତି ମାଗି ନଥିଲେ। ଏହା ସତ୍ତ୍ୱେ ଆରସିବି ୩ ଜୁନ ରାତି ସାଢେ ୧୧ଟାରୁ ୪ ଜୁନ ସକାଳ ପର୍ୟ୍ୟନ୍ତ ସୋସିଆଲ ମିଡିଆରେ ଅନେକ ପୋଷ୍ଟ କରିଥିଲେ, ଯେଉଁଥିରେ ଫ୍ୟାନସ୍ ଙ୍କୁ ବିଜୟ ଶୋଭାଯାତ୍ରା ଓ ସେଲିବ୍ରେସନରେ ସାମିଲ ହେବା ପାଇଁ ଆମନ୍ତ୍ରିତ କରିଥିଲେ। ଆଡଭୋକେଟ ଜେନେରାଲ କୋର୍ଟରେ କହିଛନ୍ତି ଯେ ଏପରି ଲାଗୁଥିଲା ଯେପରି ଏମାନେ ସାରା ଦୁନିଆକୁ ଡକାଇଦେଇଛନ୍ତି।

ଏଥିରେ ଷ୍ଟାଡିୟମ ବାହାରେ ପ୍ରାୟ ୩.୫ରୁ ୪ ଲକ୍ଷ ଲୋକେ ଏକତ୍ରିତ ହୋଇ ସାରିଥିଲେ। ଏଥିରେ ଷ୍ଟାଡିୟମର କ୍ଷମତା ମାତ୍ର ୩୩ ହଜାର ଥିଲା। ଲୋକେ କିପରି ଷ୍ଟାଡିୟମ ଭିତରକୁ ଯିବେ ସେ ନେଇ ଆୟୋଜକ କୌଣସି ସୂଚନା ଦେଇ ନଥିଲେ। ସେମାନଙ୍କ ସୋସିଆଲ ମିଡିଆ ପୋଷ୍ଟରେ କେବଳ ଏତିକି ଲେଖାଥିଲା ଯେ ସବୁ ଫ୍ୟାନସ ଆସନ୍ତୁ ଓ ଟିମ୍ କୁ ଚିୟର କରନ୍ତୁ। ସରକାରଙ୍କ ପକ୍ଷରୁ କୋର୍ଟକୁ କୁହାଯାଇଛି ଯେ ଆରସିବି ଓ ବିସିସିଆଇ ମଧ୍ୟରେ ଗେଟ୍ ମ୍ୟାନେଜମେଣ୍ଟ, ଟିକେଟିଂ ଓ ସୁରକ୍ଷାକୁ ନେଇ ବୁଝାମଣା ହୋଇଥିଲା। ସେହି ଅନୁସାରେ ଭିଡକୁ ସମ୍ଭାଳିବାର ସବୁ ଦାୟିତ୍ୱ ଫ୍ରାଞ୍ଚାଇଜି ଓ କ୍ରିକେଟ ବୋର୍ଡଙ୍କର ଥିଲା। ସେ ଆହୁରି କହିଛନ୍ତି ଯେ ଏହି କାର୍ୟ୍ୟକ୍ରମ ବେଆଇନ ହୋଇଥିବାରୁ, ଏହା IPCର ଧାରା ୧୮୮ (ବର୍ତ୍ତମାନ ଧାରା ୨୨୩ BNS) ଏବଂ କର୍ଣ୍ଣାଟକ ପୋଲିସ ଆଇନ ଅନୁଯାୟୀ ଦଣ୍ଡନୀୟ।